Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
NTPC ରେ ଭୟଙ୍କର ବିସ୍ଫୋରଣ, ୫ ଗୁରୁତର

NTPC ରେ ଭୟଙ୍କର ବିସ୍ଫୋରଣ, ୫ ଗୁରୁତର

ନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ NTPC ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ବଙ୍କର-ବି ରେ ଭୟଙ୍କର ବିସ୍ପୋରଣ। ବିଳମ୍ବିତ ରାତିରେ ହୋଇଥିବା ବିସ୍ପୋରଣରେ ପାଞ୍ଚଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ NTPC ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ପୋରଣର କାରଣ ଅସ୍ପଷ୍ଠ ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବଙ୍କର-ବି ଅଞ୍ଚଳରେ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍ ଜୋରଦାର ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣର ଶବ୍ଦ ଶୁଣି କର୍ମଚାରୀ ଓ ଅନ୍ୟ ଶ୍ରମିକମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେଠାରେ ପାଞ୍ଚଜଣ ଆହତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ NTPC ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କିଛିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ପରେ ଅଗ୍ନିଶମ ବାହିନୀ ଓ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଥିଲେ। ତେବେ ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar