Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପଣ୍ଡୁଆରେ "ଗୋଟେ ଶୁଆ ଗୋଟେ ଶାରୀ" ନାଟକ ମଞ୍ଚସ୍ଥ

ପଣ୍ଡୁଆରେ "ଗୋଟେ ଶୁଆ ଗୋଟେ ଶାରୀ" ନାଟକ ମଞ୍ଚସ୍ଥ

କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବହନ କରୁଥିବା ବହୁ ପୁରାତନ ଗାଁ ପଣ୍ଡୁଆରେ ବିଶ୍ୱକବି ଯୁବ ସଂସଦ ଦ୍ୱାରା “ଗୋଟେ ଶୁଆ ଗୋଟେ ଶାରୀ” ନାଟକ ମଞ୍ଚସ୍ଥ ହୋଇଛି l ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ଏକଦା ପଣ୍ଡୁଆ ମାଟିରେ ଜମିଦାରୀ ଥିଲା l ସେଇ ଐତିହ୍ୟଭରା ଗାଁ ମାଟିରେ ତାଙ୍କରି ନାମରେ ନାମିତ ଯୁବ ସଂସଦର କର୍ମକର୍ତ୍ତାମାନଙ୍କର ଦୀର୍ଘ ତିନି ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ନାଟକ ମଞ୍ଚସ୍ଥ ହୋଇଛି l ଗାଁ ମଞ୍ଚରେ ନାଟକ ପରିବେଷଣ କେବଳ ମନୋରଞ୍ଜନ ପାଇଁ ନଥିଲା, ଅନେକ ଶିକ୍ଷଣୀୟ କଥାବସ୍ତୁ ମଧ୍ୟ ରହିଥିଲା l

ନାଟ୍ୟ ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ଗାଁ ର କଳାକାର, ସହ-କଳାକାର, ଆୟୋଜକ ଓ ସହଯୋଗୀଙ୍କ ନିଷ୍ଠା, ଏକତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି l ସଙ୍ଗୀତ ନିର୍ଦ୍ଦେଶକ ସୁର ସାରଙ୍କ ସଙ୍ଗୀତ ବେଶ ଆକର୍ଷଣୀୟ ହୋଇଥିଲା l ମାଆ ତାରିଣୀ ଚିତ୍ରାଳୟର ସାଜସଜ୍ଜା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା l ସମସ୍ତ କଳାକାର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଗାଁର ଗୌରବ ବଢ଼ାଇଛନ୍ତି l ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଆଶୀର୍ବାଦ ଏବଂ ବର୍ଷାଙ୍କ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା l ତାଙ୍କ ଅଭିନୟର ଯାଦୁ ପ୍ରାୟ ଚାରି ହଜାର ଦର୍ଶକମାନଙ୍କୁ ନାଟକର ଶେଷ ଦୃଶ୍ୟ ପର୍ଯ୍ୟନ୍ତ ବାନ୍ଧି ରଖି ପାରିଥିଲା l

ତେବେ ମାଆ ଶାରଳା ଏବଂ ମାଆ ଦୁର୍ଗାଙ୍କ ଆଶୀର୍ବାଦ ଯୋଗୁଁ ନାଟକ ସଫଳ, ସୁନ୍ଦର ଓ ସ୍ମରଣୀୟ ହୋଇଥିବା କଥା ଆୟୋଜକ କହିଛନ୍ତି l ଗାଁ’ ଠାରୁ ଦୂରରେ ଥିବା ପୁଅ ଝିଅ ମାନେ ନାଟକର ସଫଳ କାମନା କରି ଶୁଭେଚ୍ଛା ଜଣାଇଥିଲେ l
ବିଶ୍ୱକବି ଯୁବ ସଂସଦର ପୁରା ଟିମ୍‌କୁ ଗ୍ରାମବାସୀ ତଥା ଅଞ୍ଚଳବାସୀ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar