ଲୁସାକା (ଜାମ୍ଵିଆ): ଏସିଆନ୍ ଲେଜେଣ୍ଡସ୍ ଲିଗ୍ ୨୦୨୬ର ଷଷ୍ଠ ମ୍ୟାଚ୍ ଇଣ୍ଡିଆନ୍ ରୟାଲ୍ସ ଏବଂ ପାକିସ୍ତାନ ପାନ୍ଥର୍ସ ମଧ୍ୟରେ ଖେଳାଯାଇଥିଲା । ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନ ପାନ୍ଥର୍ସକୁ ୨ ୱିକେଟରେ ପରାସ୍ତ କରିଛି । ଇଣ୍ଡିଆନ୍ ରୟାଲ୍ସ ପାଇଁ ଋଷି ଧୱନ ଏବଂ ସରୁଲ କନୱାର ବ୍ୟାଟିଂ ଷ୍ଟାର ପାଲଟିଯାଇଥିଲେ ।
ଭାରତୀୟ ଦଳର ଶାଦାବ ଜକାତି ଏବଂ ସୁବୋଧ ଭାଟି ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚ୍ରେ ଋଷି ଧୱନ ୫୦ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ବୋଲିଂ ବେଳେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଏହା ଇଣ୍ଡିଆନ୍ ରୟାଲ୍ସର ଲଗାତାର ଦ୍ୱିତୀୟ ବିଜୟ । ପୂର୍ବରୁ ଭାରତୀୟ ଦଳ ବାଂଲାଦେଶ ଟାଇଗର୍ସକୁ ମଧ୍ୟ ପରାସ୍ତ କରି ବିଜୟ ହାସଲ କରିଥିଲା ।
- ପାକିସ୍ତାନ ପାନ୍ଥର୍ସର ପ୍ରଦର୍ଶନ କିପରି ଥିଲା?
- ଗର୍ଜିଲା ଋଷି ଧୱନଙ୍କ ବ୍ୟାଟ୍
ପଢନ୍ତୁ ଏହି ଖବର: ଡବଲ୍ ସେଞ୍ଚୁରୀକୁ ୯୧ ବଲ୍ରେ ୨୫ ଛକା; ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂରେ କମ୍ପିଲା ମୈଦାନ
ସେହିପରି ସରୁଲ କନୱାର ୨୯ ବଲ୍ରେ ୪୬ ରନ୍ ଯୋଗଦାନ ଦେଇଥିଲେ । ତାଙ୍କର ଏହି ଇନିଂସରେ ୩ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଅନୁରିତ ସିଂହ ୬ ବଲ୍ରେ ଅପରାଜିତ ୧୬ ରନ୍ କରି ବିଜୟ ସୁନିଶ୍ଚିତ କରିଥିଲେ । ଏହି ଚମତ୍କାର ଇନିଂସ ଯୋଗୁଁ ଇଣ୍ଡିଆନ୍ ରୟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରି ଲଗାତାର ଦୁଇଟି ମ୍ଯାଚ୍ ଜିତିଛି ।

