Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨କୋଟିର ବିବାହରେ ବି ମନଶାନ୍ତି ହେଲାନି; ସଲୋନିକୁ ଭିଏତନାମ ନେଇ...

୨କୋଟିର ବିବାହରେ ବି ମନଶାନ୍ତି ହେଲାନି; ସଲୋନିକୁ ଭିଏତନାମ ନେଇ...

Argus News Odia 4 months ago
ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠ ଅଧିବାସୀ ସଲୋନି ଅରୋରା ନିଜ ସ୍ଵାମୀ ଆଶିଷ ପସରିଚା ଓ ଶାଶୂଘର ଲୋକଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ସଲୋନିଙ୍କ ବିବାହରେ ବାପଘର ଲୋକେ ୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, କିନ୍ତୁ ମାତ୍ର ମାସେ ପରେ ଅସଲ ଚେହେରା ଦେଖାଇ ଦେଇଥିଲେ ଶାଶୂ ଓ ସ୍ଵାମୀ । ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା ।
ସଲୋନିଙ୍କ ସାଙ୍ଘାତିକ ଅଭିଯୋଗ ହେଉଛି ସ୍ଵାମୀ ଆଶିଷ ତାଙ୍କୁ ଭିଏତନାମ ନେଇ ହତ୍ୟା ଉଦ୍ୟମ କରିଥିଲେ ।

  • କଣ ପୂରା ଘଟଣା ?
ମେରଠର ରେଲୱେ ରୋଡ ଥାନା ଅଞ୍ଚଳରେ ରହୁଥିବା ସଲୋନି ସ୍ଵାମୀ ଆଶିଷ, ଶାଶୂ, ଶ୍ଵଶୁର ଓ ତାଙ୍କର ଜଣେ ବନ୍ଧୁଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସ୍ଵାମୀ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସଲୋନି ନିଜ ଅଭିଯୋଗରେ କହିଛନ୍ତି । ସଲୋନିଙ୍କ ବିବାହ ଜୁନ ୪, ୨୦୨୫ରେ ଶକ୍ତିନଗର ଅଧିବାସୀ ଆଶିଷଙ୍କ ସହିତ ହୋଇଥିଲା । ଏହି ବିବାହରେ ମୋଟ ୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସଲୋନିଙ୍କ ବାପା । ବିବାହର ମାତ୍ର ଗୋଟିଏ ମାସ ପରେ ଶାଶୂଘର ଲୋକେ ତାଙ୍କୁ ଚାକରାଣୀ ପରି ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ବିରୋଧ କରିବାରୁ ମାରପିଟ କରିଥିଲେ । ସଲୋନିଙ୍କ ବାପାମାଆ ଏଥିରେ ହସ୍ତକ୍ଷେପ କରିବା ପରେ ସେମାନେ ତାଙ୍କ ସହ ମଧ୍ୟ ଅଭଦ୍ର ବ୍ୟବହାର କରିଥିଲେ ।

  • ଭିଏତନାମରେ ବେଲ୍ଟରେ ମାଡ଼
ସଲୋନି ଅଭିଯୋଗ କରିଛନ୍ତି ଯେ ଜୁନ ୧୦, ୨୦୨୬ରେ ସ୍ଵାମୀ ଆଶିଷ ତାଙ୍କ ଇଚ୍ଛା ବିରୋଧରେ ଷଡ଼ଯନ୍ତ୍ର କରି ତାଙ୍କୁ ଭିଏତନାମ ନେଇଥିଲେ । ସେଠାରେ ଏକ ହୋଟେଲ ରୁମରେ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ବେଲ୍ଟରେ ମାଡ଼ ମାରିଥିଲେ ଓ ବେକ ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯେତେବେଳେ ସଲୋନିଙ୍କ ଅବସ୍ଥା ଗୁରୁତର ହୋଇଥିଲା, ସେତେବେଳେ ସ୍ଵାମୀ ଆଶିଷ ତାଙ୍କୁ ଏକା ଛାଡ଼ି ଖସି ପଳାଇଥିଲା । ଭିଏତନାମରେ ସଲୋନି ପ୍ରାଥମିକ ଚିକିତ୍ସା ପରେ ଭାରତ ଫେରିଆସିଥିଲେ । ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଜଣାପଡ଼ିଥିଲା ଯେ ବେକ ଚିପାଯାଇଥିବାରୁ ତାଙ୍କର ଶିରା ପ୍ରଶିରା ଦବି ଯାଇ ଗଭୀର ଭାବରେ ପ୍ରଭାବିତ ହୋଇଛି ।

ପଢନ୍ତୁ ଏହି ଖବର: ଶବଦାହ ପାଇଁ ଚାଲିଥିଲା ପ୍ରସ୍ତୁତି; ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ

  • ଶାଶୂଘର ପହଞ୍ଚିବା ପରେ ପୁଣି ଆକ୍ରମଣ
ହସ୍ପିଟାଲରୁ ଫେରିବା ପରେ ସଲୋନି ଜୁନ ୨୧,୨୦୨୬ରେ ନିଜ ଭାଇ ସହିତ ଶାଶୂଘର ପହଞ୍ଚିଥିଲେ, ସେଠାରେ ପୁଣି ଥରେ ତାଙ୍କ ବେକ ଚିପି ହତ୍ୟା ଉଦ୍ୟମ କରାଯାଇଥିଲା ଓ ତାଙ୍କୁ ମାରପିଟ ମଧ୍ୟ ହୋଇଥିଲା । ଏହାପରେ ସ୍ଵାମୀ ଜୁନ ୨୬ ତାରିଖରେ ପୁଣି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲା । ଏହାପରେ ସଲୋନି ୧୧୨ରେ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ । ସଲୋନିଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

  • ୫ଜଣଙ୍କ ବିରୋଧରେ ମାମଲା ରୁଜୁ
ସଲୋନିଙ୍କ ଅଭିଯୋଗ ଆଧାରରେ ରେଲୱେ ରୋଡ ଥାନା ପୋଲିସ ସ୍ଵାମୀ ଆଶିଷ ପସରିଚା, ଶ୍ଵଶୁର ସୋମି ପସରିଚା, ଶାଶୂ ଉଷା, ଶ୍ଵଶୁରର ବନ୍ଧୁ ଶାଲୁ ଅଗ୍ରୱାଲ ଓ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରାଯାଉଛି ଏବଂ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia