ନୂଆଦିଲ୍ଲୀ: ଅଗଷ୍ଟ ୩ ତାରିଖ (ସୋମବାର) ପ୍ରକାଶ ପାଇଛି ୩ ରାଜ୍ୟରେ ହୋଇଥିବା ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ । ବିହାରର ବାଙ୍କୀପୁର, ଗୁଜରାଟର ମଞ୍ଜଲପୁର ଓ ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନରେ ହୋଇଥିଲା ଉପନିର୍ବାଚନ ।
ବିହାରର ବାଙ୍କୀପୁରରେ ଜନ ସୂରାଜ ପାର୍ଟିର ପ୍ରଶାନ୍ତ କିଶୋର ବିଜୟୀ ହୋଇଛନ୍ତି ।
ବିହାରର ବାଙ୍କୀପୁରରେ ଜନ ସୂରାଜ ପାର୍ଟିର ପ୍ରଶାନ୍ତ କିଶୋର ବିଜୟୀ ହୋଇଛନ୍ତି ।
୩୭.୫ ପ୍ରତିଶତ ଭୋଟିଂ ହୋଇଥିଲା
ଗୁଜରାଟର ମାଞ୍ଜପୁର ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହି ଆସନରେ ଜୁଲାଇ ୩୦ରେ ଉପନିର୍ବାଚନ ଲାଗି ମତଦାନ ହୋଇଥିଲା । ଯେଉଁଥିରେ ୩୭.୫ ପ୍ରତିଶତ ମତଦାନ ହୋଇଥିଲା ।
ବିଜେପିର ବରିଷ୍ଠ ବିଧାୟକ ତଥା ଗୁଜରାଟ ପୂର୍ବତନ ମନ୍ତ୍ରୀ ଯୋଗେଶ ପଟେଲଙ୍କ ଦେହାନ୍ତ ପରେ ଏହି ଆସନରେ ଉପନିର୍ବାଚନ ହୋଇଛି । ବିଜେପି ଏଠାରେ ସତେନ୍ଦ୍ରଭାଇ ପଟେଲଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଭିଖାଭାଇ ରାବରୀଙ୍କୁ ଟିକେଟ୍ ଦେଇଥିଲା । ବିଜେପିର ସତେନ୍ଦ୍ରଭାଇ ପଟେଲ ୩୦ ହଜାର ୬୩୦ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: 'ସିଏଏ ନାଗରିକତା ପ୍ରଦାନ କରୁଥିବା ଏକ ଆଇନ, ଛଡ଼ାଇବା ପାଇଁ ନୁହେଁ'
ସେହିଭଳି ମଧ୍ୟପ୍ରଦେଶର ଦତିଆ ଆସନରେ ମଧ୍ୟ ଦେଖିବାକପ ମିଳିଛି କଡ଼ା ଟକ୍କର । କଂଗ୍ରେସର ଘନଶ୍ୟାମ ସିଂହ ଓ ବିଜେପିର ଆଶୁତୋଷ ତିୱାରୀଙ୍କ ମଧ୍ୟ ତୀବ୍ର ପ୍ରତିଦ୍ଵନ୍ଦ୍ଵୀତା ହୋଇଛି । ଦତିଆ ଆସନରେ କଂଗ୍ରେସର ଘନଶ୍ୟାମ ସିଂହ ବିଜୟୀ ହୋଇଛନ୍ତି ।
ସେପଟେ ବିହାରର ବାଙ୍କୀପୁର ଆସନରେ ପ୍ରତିଦ୍ଵନ୍ଦ୍ଵୀତା ଦେଖିବାକୁ ମିଳିଛି । ବାଙ୍କୀପୁରରେ ଜନ ସୂରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଓ ବିଜେପିର ନୀରଜ କୁମାରଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଛି । ପ୍ରଶାନ୍ତ କିଶୋର ବାଙ୍କୀପୁର ଆସନରେ ବିଜୟୀ ହୋଇଛନ୍ତି । ଏହି ଆସନରେ ଜୁଲାଇ ୩୦ରେ ୩୪.୩ ପ୍ରତିଶତ ମତଦାନ ହୋଇଥିଲା ।
ସୂଚନା ଯୋଗ୍ୟ, ୨୦୨୫ରେ ବିହାର ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ମୋଟ ୨୩୮ ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ ସେତେବେଳେ ଦଳକୁ ଗୋଟିଏ ବି ଆସନରେ ସଫଳତା ମିଳିନଥିଲା । ଏପରିକି ଦଳ ୨୩୫ଟି ଆସନରେ ଅମାନତ ହରାଇଥିଲା । ଯାହା ଥିଲା ପ୍ରଶାନ୍ତ କିଶୋରଙ୍କ ପାଇଁ ବଡ଼ ଝଟ୍କା ।

