Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୮୮.୦୫ ମିଟର ଥ୍ରୋ` ପରେ ଝଟକା ! ଏସିଆନ୍ ଗେମ୍ସ ଖେଳିବେନି 'ଗୋଲ୍ଡେନ୍ ବୟ' ନୀରଜ

୮୮.୦୫ ମିଟର ଥ୍ରୋ` ପରେ ଝଟକା ! ଏସିଆନ୍ ଗେମ୍ସ ଖେଳିବେନି 'ଗୋଲ୍ଡେନ୍ ବୟ' ନୀରଜ

Argus News Odia 1 week ago
ଭାରତକୁ ବଡ଼ ଝଟକା ! ଏସିଆନ୍ ଗେମ୍ସରେ ଆଉ ଦେଖିବାକୁ ମିଳିବନି 'ଗୋଲ୍ଡେନ୍ ବୟ' ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଥ୍ରୋ'। ଆଘାତ କାରଣରୁ ୨୦୨୬ ଏସିଆନ୍ ଗେମ୍ସ ସହ ପୂରା ସିଜିନ୍‌ରୁ ବାଦ୍ ପଡ଼ିଛନ୍ତି ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା । ଲୋଜାନ୍ ଡାଏମଣ୍ଡ ଲିଗ୍‌ରେ ୮୮.୦୫ ମିଟରର ସିଜିନ୍ ବେଷ୍ଟ ଥ୍ରୋ' କରି ନିଜ ଲୟକୁ ଫେରୁଥିବା ବେଳେ ଟ୍ରେନିଂ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି ।
ଡାକ୍ତର ଓ ଟିମ୍ ସହ ଆଲୋଚନା ପରେ ନୀରଜ ଏହି ସିଜିନ୍‌ର ବାକି ସମସ୍ତ ପ୍ରତିଯୋଗିତାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ନୀରଜ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ଖବର ଦେଇଛନ୍ତି ।

ଅଗଷ୍ଟ ୨୧ ତାରିଖରେ ଲୋଜାନ୍ ଡାଏମଣ୍ଡ ଲିଗ୍‌ରେ ନୀରଜ ୮୮.୦୫ ମିଟରର ଥ୍ରୋ କରିଥିଲେ। ଏହା ଥିଲା ଚଳିତ ସିଜିନ୍‌ରେ ତାଙ୍କର ବେଷ୍ଟ ଥ୍ରୋ' । ଏହି ପ୍ରଦର୍ଶନ ପରେ ନୀରଜ ନିଜ ଲୟକୁ ଫେରୁଥିବା ଭଳି ଲାଗୁଥିଲା । କିନ୍ତୁ ଏହାର କିଛି ସମୟ ପରେ ଟ୍ରେନିଂ ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ।

'ମୁଁ ଲୟକୁ ଫେରୁଥିଲି, କିନ୍ତୁ…'

ନିଜ ପୋଷ୍ଟରେ ନୀରଜ କହିଛନ୍ତି ଯେ ବହୁତ ପରିଶ୍ରମ ପରେ ଲୋଜାନ୍‌ରେ ସିଜିନ୍‌ର ବେଷ୍ଟ ଥ୍ରୋ ସହ ସେ ନିଜର ଆବଶ୍ୟକ ଲୟକୁ ଫେରିପାଉଥିବା ଅନୁଭବ କରିଥିଲେ । କିନ୍ତୁ ତା'ପରେ ଟ୍ରେନିଂ ସମୟରେ ଲିଗାମେଣ୍ଟ ଟିୟର୍ ହେବା ତାଙ୍କୁ ନିରାଶ କରିଛି । ଡାକ୍ତର ଓ ଟିମ୍‌ର ପରାମର୍ଶ ପରେ ସେ ବାକି ସିଜିନ୍‌ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ନୀରଜ ଆହୁରି କହିଛନ୍ତି ଯେ ଏହି ଘଟଣା ନିଶ୍ଚିତ ଭାବେ ନିରାଶାଜନକ । ତଥାପି ତାଙ୍କ ଧ୍ୟାନ ଏବେ ଭଲ ଭାବରେ ସୁସ୍ଥ ହେବା ଏବଂ ଆହୁରି ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିବ ।

ଏସିଆନ୍ ଗେମ୍ସରେ ନୀରଜଙ୍କୁ ମିସ୍ କରିବ ଭାରତ

ନୀରଜଙ୍କ ପାଇଁ ଏହି ଆଘାତ ଆଉ ଏକ ବଡ଼ ଝଟକା। କାରଣ ପୂର୍ବ ଏସିଆନ୍ ଗେମ୍ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୩ରେ ଚୀନ୍‌ର ହାଙ୍ଗଝୋଉରେ ଆୟୋଜିତ ଏସିଆନ୍ ଗେମ୍ସରେ ନୀରଜ ୮୮.୮୮ ମିଟରର ଥ୍ରୋ କରି ଜାଭେଲିନ୍ ଥ୍ରୋରେ ଗୋଲ୍ଡ ମେଡାଲ୍ ଜିତିଥିଲେ । ଏହି ଇଭେଣ୍ଟରେ ଭାରତର କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ଫଳରେ ପୁରୁଷ ଜାଭେଲିନ୍ ଥ୍ରୋରେ ଭାରତ ଡବଲ୍ ପୋଡିୟମ୍ ଫିନିଶ୍ କରିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia