ଭୁବନେଶ୍ଵର: ଆଜି ରାକ୍ଷୀପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଦିଆଯିବ । ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ୫୦୦୦ ଟଙ୍କା ପଠାଯିବ । ନୟାଗଡ଼ରୁ ସୁଭଦ୍ରାର ପଞ୍ଚମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ଟଙ୍କା ପ୍ରଦାନ କରିବେ।
ଏଯାଏଁ ଚାରୋଟି କିସ୍ତିରେ ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯାଇଛି ୨୦ ହଜାର ୬୪୮ କୋଟି ୬୩ ଲକ୍ଷ ଟଙ୍କା । ମହିଳାମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ସୁଭଦ୍ରା ଯୋଜନା ହାତକୁ ନିଆଯାଇଛି । ପ୍ରାୟ ୧.୦୨ କୋଟି ମହିଳା କେବଳ ଚତୁର୍ଥ କିସ୍ତିର ଲାଭ ପାଇଛନ୍ତି ।
- ଦିନିକିଆ ନୟାଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
- ୫ ବର୍ଷରେ ୫୦,୦୦୦ ପାଇବେ ମହିଳା
ପଢନ୍ତୁ ଏହି ଖବର: ସେପ୍ଟେମ୍ବର ୧ରୁ ବଦଳିବ ୫ ବଡ଼ ନିୟମ: ଗ୍ୟାସ୍ଠାରୁ କାର୍ ଦାମ ଓ ବିମାନ ଯାତ୍ରା ଉପରେ ପ୍ରଭାବ
ଓଡ଼ିଶା ସରକାର ୨୦୨୬-୨୭ ବଜେଟରେ ଏହି ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି, ଯେଉଁଥିରେ ପ୍ରଥମ ୪ଟି କିସ୍ତି ମାଧ୍ୟମରେ ୨୦,୬୪୮ କୋଟି ଟଙ୍କାରୁ ଅଧିକ ୧ କୋଟିରୁ ଅଧିକ ମହିଳାଙ୍କୁ ହସ୍ତାନ୍ତର କରାଯାଇସାରିଛି । ଏହି ପଦକ୍ଷେପ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଜମାରୁ ସୁଭଦ୍ରା ଟଙ୍କା ପାଇନାହାନ୍ତି ବା ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାକାଲି ଏକାଥରେ ୫ଟି କିସ୍ତିର ୨୫,୦୦୦ ଟଙ୍କା ମିଳିବ ।

