ପୁରୀ: ଗତକାଲି ଜନସାଧାରଣ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳନ କରିସାରିଥିବାବେଳେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସ୍କନ୍ଦ ପୁରାଣ ଆଧାରରେ ଉଦୟ କାଳୀନ ପର୍ବକୁ ନେଇ ହୁଏ । ଏଣୁ ଆଜି ହିଁ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା, ବଳଭଦ୍ର ଜନ୍ମ ନୀତି, ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ।
ଆଜି ଗହ୍ମା ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ ଉପଲକ୍ଷେ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ ଭଉଣୀ ସୁଭଦ୍ରା । ସେପଟେ ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି ।
- ଆଜି କେବଳ ଶ୍ରୀମନ୍ଦିରରେ କାହିଁକି ରାକ୍ଷୀ ପୂର୍ଣ୍ଣିମା ?
ପଢନ୍ତୁ ଏହି ଖବର: ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ କ୍ରୁଟ୍ର ବଡ଼ ଉପହାର, 'ଆମ ବସ୍'ରେ ମାଗଣା ଯାତ୍ରା
ଆଜି ସୂର୍ଯ୍ୟ ଉଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଥିବାରୁ ଆଜି ହିଁ ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ, ଗହ୍ମା ପୂର୍ଣ୍ଣିମା, ବଳଭଦ୍ର ଜନ୍ମ ନୀତି, ଚାରି ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ । ଜ୍ୟୋତିର୍ବିଦଙ୍କ ମତରେ ଆଜି ସକାଳ ୯ଟା ୪୮ ପରେ ଆଉ ତିଥି ନାହିଁ । ତେଣୁ ଶ୍ରୀମନ୍ଦିରକୁ ଛାଡି ଅନ୍ୟ ସ୍ଥାନରେ, ଘରେ ଘରେ ଗତକାଲି ପାଳିତ ହୋଇଯାଇଛି ରାକ୍ଷୀ ପୂର୍ଣ୍ଣିମା ।
- ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ ବଳଭଦ୍ରଙ୍କ ଜନ୍ମନୀତି

