Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜିଠୁ ବଦଳିଲା ଏହି ସବୁ ନିୟମ ପକେଟ୍‌ରେ ପଡ଼ିବ ସିଧା ପ୍ରଭାବ

ଆଜିଠୁ ବଦଳିଲା ଏହି ସବୁ ନିୟମ ପକେଟ୍‌ରେ ପଡ଼ିବ ସିଧା ପ୍ରଭାବ

Argus News Odia 1 week ago

ଗଷ୍ଟ ୧ରୁ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଏବଂ ସାଧାରଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ନୂଆ ନିୟମଗୁଡ଼ିକ ଆପଣଙ୍କ ପକେଟ୍, ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ଏବଂ ଯାତ୍ରା ଉପରେ ସିଧାସଳଖ ପ୍ରଭାବ ପକାଇବ । ତେବେ କଣ ରହିଛି ଏହି ନୂଆ ନିୟମ ? ଆଜିଠାରୁ ବଦଳୁଥିବା ଏହି ସବୁ ନୂଆ ନିୟମକୁ ନେଇ ଆମର ଏକ ରିପୋର୍ଟ ।

ଅଗଷ୍ଟ ୧ ତାରିଖରୁ ଦେଶରେ ଲାଗୁ ହେବାକୁ ଯାଉଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଆର୍ଥିକ କାରବାର ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍, ରେଳବାଇ ଏବଂ ବ୍ୟବସାୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ଅଗଷ୍ଟ ପହିଲାରୁ ଲାଗୁ ହେଉଛି ନୂଆ ନିୟମ । ଯଦି ଆପଣ ଜୁଲାଇ ୩୧ ସୁଦ୍ଧା ନିଜର ଆୟକର ରିଟର୍ଣ୍ଣ ବା ITR ଦାଖଲ କରିନାହାନ୍ତି, ତେବେ ଅଗଷ୍ଟ ୧ରୁ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ । ବିଳମ୍ବ ଶୁଳ୍କ ବା ଲେଟ୍ ଫି' ବାବଦକୁ ଆପଣଙ୍କ ଆୟ ଅନୁଯାୟୀ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ସେହିପରି ଭାରତୀୟ ରେଳବାଇ ତରଫରୁ ମଧ୍ୟ ତତ୍କାଳ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇଛି । କାଉଣ୍ଟରରେ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏବେ ନୂଆ ଟୋକନ୍ ସିଷ୍ଟମ୍ ଲାଗୁ କରାଯାଉଛି, ଯାହାଦ୍ବାରା ଯାତ୍ରୀମାନେ ଧାଡ଼ିରେ ନ ଠିଆହୋଇ ସହଜରେ ଏବଂ କମ୍ ସମୟରେ ତତ୍କାଳ ଟିକେଟ୍ ପାଇପାରିବେ ।
ଅନ୍ୟପଟେ ପ୍ରତି ମାସ ପହିଲା ଭଳି ଅଗଷ୍ଟ ୧ରେ ମଧ୍ୟ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରାଯାଇଛି । ଆନ୍ତର୍ଜାତୀୟ ବଜାର ସ୍ଥିତିକୁ ଦେଖି ଘରୋଇ ଏବଂ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ହ୍ରାସ କିମ୍ବା ବୃଦ୍ଧି ହୋଇପାରେ ।

ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଭଳି କିଛି ବ୍ୟାଙ୍କ ଏଣିକି SMS ଆଲର୍ଟ ପାଇଁ ପ୍ରତି ମେସେଜ୍‌ ପିଛା ୩୦ ପଇସା ଚାର୍ଜ କରିବେ । ଏଥିସହିତ କ୍ରେଡିଟ୍ କାର୍ଡ ବିଲିଂରେ ସ୍ବଚ୍ଛତା ଆଣିବା ପାଇଁ ଆରବିଆଇର ନୂଆ ଗାଇଡଲାଇନ ମଧ୍ୟ ଲାଗୁ ହେଉଛି । ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ପାଇଁ କାଗଜପତ୍ର କାମ କମାଇବାକୁ CKYC 2.0 ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।

ବ୍ୟବସାୟୀଙ୍କ ପାଇଁ GST ଇ-ୱେ ବିଲ୍‌ରେ 'Ship-To GSTIN' ବିବରଣୀ ଦେବା ବାଧ୍ୟତାମୂଳକ ହେବ । ସେହିପରି ବଜାରରେ ଚିନିର କଳାବଜାରୀ ରୋକିବା ଓ ଦର ନିୟନ୍ତ୍ରଣ ପାଇଁ ଅଗଷ୍ଟ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚିନି ବ୍ୟବସାୟୀଙ୍କ ଉପରେ ଷ୍ଟକ୍ ସୀମା ଲାଗୁ କରିଛନ୍ତି କେନ୍ଦ୍ର ସରକାର ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia