Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସନ୍ତା ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି

ଆସନ୍ତା ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଲର୍ଟ ଜାରି

Argus News Odia 3 days ago
ଭୁବନେଶ୍ବର,୦୫/୦୮: ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତା ୮ ତାରିଖ ଯାଏଁ ସାରା ଓଡ଼ିଶାରେ ବର୍ଷା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ସମସ୍ତ ଜିଲ୍ଲାକୁ ଚେତାବନୀ ଦେଇଛି ବିଭାଗ । ୮ ତାରିଖ ପରେ ବର୍ଷାର ବିସ୍ତାର କମ୍ ରହିବ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଆଗାମୀ ୭ ଦିନ ଅର୍ଥାତ ୧୦ ତାରିଖ ଯାଏଁ ବର୍ଷାରୁ ନିସ୍ତାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୧୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର,ରାୟଗଡା, କନ୍ଧମାଳ, ଗଂଜାମ, ଗଜପତି, ନୟାଗଡ, କେନ୍ଦୁଝର ,ନୂଆପଡା, ଝାରସୁଗୁଡା ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଅବଶିଷ୍ଟ ୧୭ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ସହ ଘଣ୍ଟା ପ୍ରତି ପବନର ବେଗ ରହିବ ୩୦ରୁ ୪୦ କିଲୋମିଟର ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

ପଢନ୍ତୁ ଏହି ଖବର: ବିଶ୍ୱ ପାଇଁ ବଡ଼ ବିପଦର ସତର୍କ ସଙ୍କେତ,ଆସୁଛି ଭୟଙ୍କର ଏଲ୍-ନିନୋ!

ବର୍ତ୍ତମାନ ୨-୩ ଦିନ ମୌସୁମୀ ପ୍ରବାହରେ ବର୍ଷା ରହିବ । ୭ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ୯-୧୦ ତାରିଖବେଳକୁ ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୭-୮ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସେହିଭଳି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୧/୧୨ ତାରିଖ ଯାଏଁ ଏସବୁ ଅଞ୍ଚଳରେ ବର୍ଷା ହେବ ତା'ପରେ କେନ୍ଦ୍ରୀୟ ଓଡ଼ିଶା ଏବଂ ପଶ୍ଚିମରେ ବର୍ଷା ବଢ଼ିପାରେ । ପୂର୍ବ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଥିବାବେଳେ ଏଥର ଦକ୍ଷିଣରେ ଅଧିକ ବର୍ଷା ହେବ । ୧୩ ତାରିଖ ଯାଏଁ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିପାରେ । ଏପରିକି ୧୪/୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ସେପଟେ ପ୍ରବଳ ବର୍ଷା ନେଇ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ। ସମସ୍ତ ଅଧିକାରୀଙ୍କୁ ଆଲର୍ଟ କରାଯାଇଛି। ରିଲିଫ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia