Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ

ଆତ୍ମଘାତୀ ଆକ୍ରମଣରେ କମ୍ପି ଉଠିଲା ପାକିସ୍ତାନ; ୧୫ ମୃତ

Argus News Odia 1 day ago
Suicide Attack in Khyber Pakhtunkhwa Province: ଗତ କାଲି (ଜୁଲାଇ ୨୪) ବିଳମ୍ବିତ ରାତ୍ରୀରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ହୋଇଛି ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ। ଏହି ଘଟଣାରେ ୧୨ ଜଣ ସେନା କର୍ମଚାରୀଙ୍କ ସମେତ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ଖାଇବର ପଖତୁନଖ୍ୱା ପ୍ରଦେଶର ଏକ ସୁରକ୍ଷା ଚେକ୍‌ପଏଣ୍ଟ ଠାରେ ହୋଇଥିଲ ଏହି ଆକ୍ରମଣ।
ଦେଶରେ ହୋଇଥିବା ଏହି ଆକ୍ରମଣ ଘଟଣାରେ ପାକିସ୍ତାନ ସେନା ଏକ ବିବୃତ୍ତି ଜାରି କରିଛି। ଏନେଇ ସେନାର ଗଣମାଧ୍ୟମ ଶାଖା ପକ୍ଷରୁ କୁହାଯାଇଛି, "ଖାଇବର ପଖତୁନଖ୍ୱା ପ୍ରଦେଶରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୧୨ ଜଣ ସେନା କର୍ମଚାରୀ, ୨ ଜଣ ପୋଲିସ କର୍ମଚାରୀ ଏବଂ ବନ ବିଭାଗର ଜଣେ ପୂର୍ବତନ ସରକାରୀ ଅଧିକାରୀ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି।"

କିପରି ହୋଇଥିଲା ଏହି ଆତ୍ମଘାତୀ ଆକ୍ରମଣ?

ପାକିସ୍ତାନ ସେନା କହିବା ଅନୁଯାୟୀ, ଟୈଙ୍କ ଜିଲ୍ଲାରେ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣ ଘଟଣାରେ, ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ପାଲଟା କାର୍ଯ୍ୟାନୁଷ୍ଠାନରେ ୧୨ ଜଣ ଆତଙ୍କବାଦୀଙ୍କ ପ୍ରାଣ ହରାଇଛନ୍ତି। ଏହି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, "ଆକ୍ରମଣକାରୀ ସୁରକ୍ଷା ପାଚେରୀ କାନ୍ଥରେ ବିସ୍ଫୋରକ ବୋଝେଇ ଗାଡ଼ି ଚଢ଼ାଇ ଦେଇଥିଲେ। ଏହା ପରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଚେକ୍‌ପଏଣ୍ଟ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।"

ଏହା ସହ ପଢନ୍ତୁ: ବିଏଲଏ ଆକ୍ରମଣରେ କମ୍ପିଉଠିଲା ପାକିସ୍ତାନ ତଟରକ୍ଷୀ ବାହିନୀ ଶିବିର; ଟଳିପଡ଼ିଲେ ୩୦ ସୈନ୍ୟ

ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ହେଲେ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଏ-ତାଲିବାନ୍ ପାକିସ୍ତାନ (TTP) ଏହି ଅଞ୍ଚଳରେ ଯଥେଷ୍ଟ ପ୍ରଭାବ ରଖିଛି। ପାକିସ୍ତାନ ପୂର୍ବରୁ ଖାଇବର ପଖତୁନଖ୍ୱା ଏବଂ ଦକ୍ଷିଣ ସୀମାନ୍ତ ବେଲୁଚିସ୍ତାନରେ ବଢ଼ୁଥିବା ଆକ୍ରମଣ ପାଇଁ ଆଫଗାନିସ୍ତାନରୁ ବ୍ୟାପୁଥିବା ଉଗ୍ରବାଦକୁ ଦାୟୀ କରିଆସୁଛି। ହେଲେ ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ପାକିସ୍ତାନୀ ସେନା ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସୁଛି।

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଦେଖାଦେଇଛି ଉତ୍ତେଜନା
ଏହି ଉତ୍ତେଜନା ମଧ୍ୟରେ, ପାକିସ୍ତାନ, ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ପାକିସ୍ତାନ, ଆଫଗାନ ମାଟିରେ ସକ୍ରିୟ ରହିଥିବା ଆତଙ୍କବାଦୀ ଠିକଣାକୁ ଟାର୍ଗେଟ କରିଥିବା ଦାବି କରିଛି। ଏହି ସମୟରେ, ତାଲିବାନ ପ୍ରଶାସନ ଏବଂ ଜାତିସଂଘ କହିଛି ଯେ ଜୁନ୍ ମାସରେ ପାକିସ୍ତାନୀ ବିମାନ ଆକ୍ରମଣରେ ଅନେକ ନିରୀହ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ଏବଂ ଅଭିଯୋଗ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିଛି। ଯାହା ଉଭୟ ଦେଶର ସୀମାରେ ନିରନ୍ତର ଉତ୍ତେଜନା ସୃଷ୍ଟି କରିଛି।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia