Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅୟାତୁଲ୍ଲା ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାରେ ଦେଖା ଗଲେନି ମୋଜତବା, ଉଠିଲା ଅନେକ ପ୍ରଶ୍ନ

ଅୟାତୁଲ୍ଲା ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାରେ ଦେଖା ଗଲେନି ମୋଜତବା, ଉଠିଲା ଅନେକ ପ୍ରଶ୍ନ

Argus News Odia 2 weeks ago
ତେହରାନ: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ଯେଉଁଥିପାଇଁ ଜୁଲାଇ ୫ ତାରିଖ ରବିବାର ତେହରାନର ସଡ଼କରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଛି । ପୂରା ଦେଶ ଶୋକରେ ବୁଡ଼ି ରହିଛି । ଏହି ଐତିହାସିକ ଓ ଭାବବିହ୍ଵଳ ସମୟରେ ସମସ୍ତଙ୍କ ଆଖି ଜଣଙ୍କୁ ଖୋଜୁଥିବା ବେଳେ ସେ କିନ୍ତୁ ସେଠି ନଥିଲେ ।
ସେ ହେଉଛନ୍ତି ଇରାନର ନୂଆ ସର୍ବୋଚ୍ଚ ନେତା ଅୟାତୁଲ୍ଲା ମୋଜତବା ଖାମେନେଇ ।

ତେହରାନରେ ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରାର ନମାଜରେ ଅୟାତୁଲ୍ଲା ଅଲୀଙ୍କ ୩ ପୁଅ ସାମିଲ୍ ହୋଇଛନ୍ତି । କିନ୍ତୁ ଏଥିରେ ତାଙ୍କ ଉତ୍ତରାଧିକାରୀ ମୋଜତବା ଖାମେନେଇଙ୍କୁ ଦେଖିବାକୁ ମିଳିନି । କାହିଁକି ମୋଜତବା ସର୍ବସମ୍ମୁଖକୁ ଆସିଲେନି ତାକୁ ନେଇ ଉଠିଛି ପ୍ରଶ୍ନ । ମୋଜତବାଙ୍କ ସୁରକ୍ଷା ଓ ସ୍ଵାସ୍ଥ୍ୟକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: କାହିଁକି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ; ଏତେ ଦିନ ଧରି କେଉଁଠି ଥିଲା ଶବ ?

ଖାମେନେଇଙ୍କ ଅନ୍ତିମ ବିଦାୟ ନମାଜରେ ଇରାନର ରାଷ୍ଟ୍ରପତି ମସୁଜ ପେଜେଶକିୟନ, ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ ଓ IRGCର କମାଣ୍ଡର-ଇନ୍-ଚିଫ୍ ଅହମଦ ୱାହିଦୀ ସାମିଲ୍ ହୋଇଛନ୍ତି । ଭିଡିଓରେ ଖାମେନେଇଙ୍କ ପୁଅ ମସୁଦ ଗୁମସୁମ୍ ନଜର ଆସୁଛନ୍ତି ।

ଅୟାତୁଲ୍ଲା ଖାମେନେଇଙ୍କ ଶରୀରକୁ ଇରାନର ଜାତୀୟ ପତାକାରେ ଢାଙ୍କି ଦିଆଯାଇଛି । ତା'ଉପରେ ରହିଛି ଖାମେନେଇଙ୍କ କଳା ଟୋପି । ସମ୍ମୁଖରେ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କ ମରଶରୀର ରହିଛି । ଯେଉଁମାନେ ଫେବ୍ରୁଆରୀରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିଲେ ।


କାହିଁକି ଆସିଲେନି ମୋଜତବା ଖାମେନେଇ ?

ମାର୍ଚ୍ଚରେ ମୋଜତବା ଖାମେନେଇ ଇରାନର ସର୍ବୋଚ୍ଚ ନେତା ପଦ ସମ୍ଭାଳିବା ପରେ ଗାଏବ ରହିଛନ୍ତି । ଯାହା ସମସ୍ତଙ୍କୁ ଚକିତ ରହିଛି । ମୋଜତବା ଇରାନର ସର୍ବୋଚ୍ଚ ନେତା ହେବା ପରେ ତାଙ୍କୁ କେହି ସର୍ବସାଧାରଣରେ ଦେଖିଛନ୍ତି ନା କେହି ତାଙ୍କୁ ଶୁଣିଛନ୍ତି ।

ଏଥିସହ ପଢ଼ନ୍ତୁ: ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ; ଗୋଟିଏ ଆକ୍ରମଣରେ ଇରାନକୁ ଶେଷ କରିଦେବୁ

ଏହାକୁ ନେଇ ଇରାନର ଅଧିକାରୀ ଚୁପ୍ ରହୁଛନ୍ତି । ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା ଯୋଜନା ସମିତିର ପ୍ରମୁଖ ଅଲୀ ଅକବର ଗତ ସପ୍ତାହରେ କହିଥିଲେ, "ସର୍ବୋଚ୍ଚ ନେତା ସାମିଲ୍ ହେବେ କି ନାହିଁ ତାହା ମୋର ଅଧିକାର କ୍ଷେତ୍ର ବାହାରେ । ସେନେଇ ମୋ ପାଖରେ କୌଣସି ସୂଚନା ନାହିଁ ।"
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia