Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଦଳିଗଲା ଭାରତ vs ଇଂଲଣ୍ଡ ଦ୍ୱିତୀୟ T20I ମ୍ୟାଚ୍ ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ବଦଳିଗଲା ଭାରତ vs ଇଂଲଣ୍ଡ ଦ୍ୱିତୀୟ T20I ମ୍ୟାଚ୍ ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

Argus News Odia 1 week ago
ନିବାର ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ । ଓଲ୍ଡଟ୍ରାଫୋର୍ଡରେ ଏହି ମ୍ୟାଚ୍‌ ଖେଳାଯିବ । ବର୍ଷା ଯୋଗୁଁ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ବାତିଲ ହୋଇଥିଲା । ଦ୍ବିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଦମଦାର କମବ୍ୟାକ୍‌ କରି ବିଜୟୀ ହେବାକୁ ଚେଷ୍ଟା କରିବ । ତେବେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ରାତି ୧୦ଟାରେ ଆରମ୍ଭ ହୋଇଥିଲା ।
କିନ୍ତୁ ଦ୍ବିତୀୟ ଟି-୨୦ ମ୍ୟାଚ୍‌ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଟିମ୍ ଇଣ୍ଡିଆ ଏହି ଗ୍ରାଉଣ୍ଡରେ ପୂର୍ବରୁ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍‌ରେ ବିଜୟଲାଭ କରିଛି ।

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ୟୁକେ ସମୟ ଅନୁସାରେ ଅପରାହ୍ନ ୨:୩୦ ରେ ଆରମ୍ଭ ହେବ । ଅର୍ଥାତ ଭାରତୀୟ ସମୟ ସନ୍ଧ୍ୟା ୭:୦୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ । ଉଭୟ ଦଳର ଅଧିନାୟକ ସନ୍ଧ୍ୟା ୬:୩୦ରେ ଟସ୍‌ ପାଇଁ ପଡ଼ିଆକୁ ଓହ୍ଲାଇବେ । ଭାରତରେ ସାଧାରଣତଃ ଟି-୨୦ ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହୁଏ । କିନ୍ତୁ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ ରାତି ୧୦ଟାରେ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଦ୍ୱିତୀୟ T20ରେ କାହାକୁ ମିଳିବ ସୁଯୋଗ ? ବୈଭବ ସୂର୍ଯ୍ୟବଂଶୀ ନା ସଞ୍ଜୁ ସାମସନ !


ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ସୋନି ସ୍ପୋର୍ଟସ୍ ନେଟୱାର୍କ ଚ୍ୟାନେଲରେ ଲାଇଭ୍‌ ଦେଖିପାରିବେ । କ୍ରିକେଟ୍ ଫ୍ୟାନ୍‌ମାନେ ବିଭିନ୍ନ ଭାଷାରେ ମ୍ୟାଚ୍‌ ଦେଖିପାରିବେ । ସେହିପରି ଜିଓ ହଟଷ୍ଟାରରେ ମଧ୍ୟ କ୍ରିକେଟ୍‌ ଫ୍ୟାନ୍ସମାନେ ଲାଇଭ୍‌ ମ୍ୟାଚ୍‌ ଦେଖିପାରିବେ ।

ଟି-୨୦ ସିରିଜ୍‌ ପାଇଁ ଇଂଲଣ୍ଡ ଦଳ:

ହ୍ୟାରି ବ୍ରୁକ୍ (ଅଧିନାୟକ), ରେହାନ ଅହମ୍ମଦ, ସନି ବେକର, ଟମ୍ ବାଣ୍ଟନ୍, ଜୋଫ୍ରା ଆର୍ଚର, ଜାକବ୍ ବେଥେଲ୍, ଜୋସ୍ ବଟଲର୍, ଜେମ୍ସ କୋଲ୍ସ, ଜୋର୍ଡାନ କକ୍ସ, ସାମ୍ କରେନ୍, ୱିଲ୍ ଜ୍ୟାକ୍ସ, ସାକିବ୍ ମହମୁଦ୍, ଆଦିଲ୍ ରସିଦ୍, ଲିଆମ୍ ଡସନ୍, ଫିଲ୍ ସଲ୍ଟ, ଜୋଶ୍ ଟଙ୍ଗ୍, ଏବଂ ଲୁକ୍ ଉଡ୍।

ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ:

ଶ୍ରେୟସ୍ ଆୟର (ଅଧିନାୟକ), ତିଲକ ବର୍ମା, ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଇଶାନ୍ କିଶାନ୍, ୱାଶିଂଟନ୍ ସୁନ୍ଦର, ଆକ୍ସର ପଟେଲ, ଅର୍ଶଦୀପ ସିଂ, ସୂର୍ଯ୍ୟାଂଶ ସେଡଗେ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଶିବମ୍ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ହର୍ଷିତ ରାଣା ଓ ବୈଭବ ସୂର୍ଯ୍ୟବଂଶୀ
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia