Odisha flood control and relief 2026: ରାଜ୍ୟରେ ବନ୍ୟା ପରିଚାଳନା କରିବାକୁ ନେଇ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ଦାୟିତ୍ବ। ଆଉ ଏହି ଦାୟିତ୍ବ ନିଜେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଶନିବାର (ଅଗଷ୍ଟ ୧) ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହା ସହ ପଢନ୍ତୁ: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ରାଜ୍ୟଗୁଡ଼ିକୁ ₹୨,୧୧୭.୮୫ କୋଟିର ଅଗ୍ରୀମ ଆର୍ଥିକ ସହାୟତା
ଅନ୍ୟପଟେ ଘାଇ ବଢ଼ାଇଛି ରାଜ୍ୟର କୋଣ ଅନୁକୋଣରେ ବନ୍ୟା ବିପନ୍ନଙ୍କ ଦୁଃଖ। ବିଭିନ୍ନ ନଦୀରେ ଘାଇ ଯୋଗୁ ବନ୍ୟାର ପ୍ରକୋପ ବଢ଼ିଯାଇଛି। ଦୁର୍ବଳ ନଦୀବନ୍ଧରେ ଘାଇ ଯୋଗୁ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। କେବଳ ଯାଜପୁର ଜିଲ୍ଲାରେ ୭ ଘାଇ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ରୁ ଅଧିକ ଘାଇ ହୋଇଥିବାର ଖବର ଆସିଛି।
ଚଳିତ ବର୍ଷ ଦେଶର ୭ ବନ୍ୟା ପ୍ରଭାବିତ ରାଜ୍ୟଙ୍କ ପାଇଁ କେନ୍ଦ୍ରୀୟ ସହାୟତା ପାଇଁ ଯୋଗାଇ ଦେଇଛନ୍ତି। ଯାହା ମଧ୍ୟରେ ଓଡ଼ିଶା। ବନ୍ୟା ପ୍ରଭାବିତ ରାଜ୍ୟକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇବାକୁ କେନ୍ଦ୍ର ସରକାର ଦୃଢ଼ ପ୍ରତିବଦ୍ଧତା ଦେଖାଇଛନ୍ତି। ୭ ବନ୍ୟା ପ୍ରଭାବିତ ରାଜ୍ୟ ମଧ୍ୟରୁ ଓଡ଼ିଶାକୁ ଦ୍ୱିତୀୟ କିସ୍ତି ଅର୍ଥରାଶି ମଞ୍ଜୁର କରାଯାଇଛି। ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ସହାୟତା ରାଶି ମଞ୍ଜୁର ହୋଇଥିବା ନେଇ ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସ୍ପଷ୍ଟ କରିଛି।

