କାଠମାଣ୍ଡୁ: ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଅସ୍ଥିର ହୋଇପଡ଼ିଛି । ପଡ଼ୋଶୀ ଦେଶରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଦୃଶ୍ୟ ଅନେକଙ୍କ ଆଖି ଓଦା କରିଛି । ପ୍ରାକୃତିର କରାଳ ରୂପରେ କିଏ ଯେ କେତେ କଣ ହରାଇଛି ତାକୁ ଶବ୍ଦରେ କହିବା ନିହାତି କଷ୍ଟକର । କାହାର ପୂରା ପରିବାର ଭାସିଯାଇଛି, କିଏ କାଦୁଅ ପଙ୍କ ତଳେ ଜୀବନ ହାରିଛି ।
- ବ୍ୟାଙ୍କ ଲକରରୁ ୯୨ ଲକ୍ଷ ଚୋରି
ଏହି ମାମଲାରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ପବନ ପୋଡେ, ବୀର ବାହାଦୁର ରାନା ମଗର, ବିନୋଦ ଗିରି, ନବରାଜ ଭେଟୁୱାଲ, ପୂର୍ଣ୍ଣଲାଲ ଶ୍ରେଷ୍ଠ, ବିଷ୍ଣୁମଣି ଅଧିକାରୀ, କୃଷ୍ଣ ମଗର, ଶିବ ବାହାଦୁର ରାଣା ମାଗର, ଯୁବରାଜ ଅଧିକାରୀ, ସୁଶାନ୍ତ ଶ୍ରେଷ୍ଠା, ସୁଚିମ ବାହାଦୁର ରାଣା ମାଗର, ସଭିନ ଶ୍ରେଷ୍ଠା, ପ୍ରେମ ବାହାଦୁର ରାଣା ମାଗର, ଅନିଲ ଭେଟୁୱାଲ ଅଛନ୍ତି ।
- ମୃତଦେହରୁ ଝିଙ୍କିଥିଲେ କାନଫୁଲ
ପଢନ୍ତୁ ଏହି ଖବର: ନେପାଳରେ ଜଳ ପ୍ରଳୟର ସବୁଠୁ ବଡ଼ କାରଣ କଣ ? ଏକ୍ସପର୍ଟ କଲେ ବଡ଼ ଖୁଲାସା
ଏଠାରେ କହିରଖୁଛୁ କି, ନେପାଳରେ ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ । ତିବ୍ଦତ ନିକଟରେ ଆଉ ଏକ ହ୍ରଦ ଫାଟିବାର ଆଶଙ୍କା ରହିଛି , ଯାହା ଫଳରେ ଆଉ ଏକ ବନ୍ୟା ଆସିପାରେ ବୋଲି ଚୀନ ନେପାଳକୁ ସତର୍କ କରାଇଛି । ନେପାଳ ସରକାରଙ୍କ ଅନୁଯାୟୀ, ଏବେ ବି ୨୪୨୬ ଜଣ ଲୋକ ନିଖୋଜ ଅଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୬୨୬ରେ ପହଞ୍ଚିଛି ।

