Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା  ଆରମ୍ଭ ହେଲା  ସର୍ଚ୍ଚ ଅପରେସନ

ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା ଆରମ୍ଭ ହେଲା ସର୍ଚ୍ଚ ଅପରେସନ

Argus News Odia 1 week ago

ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ଯୁବକ ନିଖୋଜ ଘଟଣା । ଆରମ୍ଭ ହେଲା ସର୍ଚ୍ଚ ଅପରେସନ । ବାଣୀବିହାର ଛକରୁ ନଦୀ ମୁହାଣ ଯାଏଁ ଚାଲିଛି ଖୋଜାଖୋଜି । ରାତି ହେବାରୁ ଗତକାଲି ସ୍ଥଗିତ ରହିଥିଲା ଖୋଜାଖୋଜି । ଖୋଜାଖୋଜିରେ ଡ୍ରେନ୍‌ରେ ଥିବା ଅଳିଆଗଦା ବାଧକ ସାଜିଥିଲା । ପଥରବନ୍ଧ ବସ୍ତି ଅଞ୍ଚଳର ୩୫ ବର୍ଷୀୟ ଅନିଲ ସେଠୀ ନିଖୋଜ ।

ଅନିଲଙ୍କ ଘର କେନ୍ଦୁଝର ଘଟଗାଁ ନିକଟରେ ସୂଚନା ।

ଲାଗି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜଧାନୀ ଭୁବନେଶ୍ଵରରେ ଗତ ୩ ଦିନ ଧରି ବର୍ଷା ଜାରି ରହିଛି । ଏହାରି ଭିତରେ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ନିଖୋଜ ହୋଇଥିବା ସୂଚନା ମିଳିଛି ।

ନିଖୋଜ ଜଣଙ୍କ ବାଣୀବିହାର ପଥରବନ୍ଧ ବସ୍ତିର ବାସିନ୍ଦା ବୋଲି ଜଣାପଡ଼ିଛି । ନିଖୋଜଙ୍କ ନାମ ଅନୀଲ ସିଂ, ତାଙ୍କ ବୟସ ୩୫ ବର୍ଷ ହେବ । ଅନୀଲଙ୍କୁ ଖୋଜିବା କାର୍ଯ୍ୟରେ ମଞ୍ଚେଶ୍ଵର ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛି ।

ଲଗାଣ ବର୍ଷା ଭିତରେ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ୍ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଅନୀଲ ବାଣୀବିହାର ପଥରବନ୍ଧ ବସ୍ତିରେ ରହୁଥିଲେ । ନାଳ ନିକଟରୁ ପ୍ଳାଷ୍ଟିକ ଗୋଟାଇବା ବେଳେ ସେ ଭାସି ଯାଇଥିବା ଜଣାପଡ଼ିଛି ।

ଏବେ ଉକ୍ତ ନାଳରେ ପାଣିର ପ୍ରଖର ସ୍ରୋତ ରହିଛି । ପାଣିର ପ୍ରବଳ ସୁଅ ମଧ୍ୟରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଜଣେ ଭାସି ଯାଇଥିବା ଜାଣିବା ପରେ ଘଟଣାସ୍ଥଳରେ ବିଏମ୍‌ସି ମେୟର ସୁଲୋଚନା ଦାସ ପହଞ୍ଚିଛନ୍ତି । ମେୟର କହିଛନ୍ତି, "ଏଠାରେ ଦୁଇ ଜଣ ଥିଲେ । ଜଣେ ଗାଧୋଉଥିବା ବେଳେ ଅନ୍ୟ ଜଣେ ଭାସି ଯାଇଛନ୍ତି । ଖୋଜାଖୋଜି ଜାରି ରହିଛି ।"

ରାଜଧାନୀ, ମୁକୁଳା ଡ୍ରେନ୍ ଆଉ ଅଘଟଣ
ତେବେ ରାଜଧାନୀ ଭୁବନେଶ୍ଵରରେ ଏହା ପ୍ରଥମ ଅଘଟଣ ନୁହେଁ । ୧୧ ବର୍ଷ ମଧ୍ୟରେ ମୁକୁଳା ଡ୍ରେନ୍‌ରେ ପଡ଼ି ୭ ଜଣଙ୍କ ମୃତ୍ୟୁ ହେଲାଣି । ପ୍ରତିବର୍ଷ ଡ୍ରେନ୍‌ରେ ପଡ଼ି ଯାଉଛି ଅନେକ ମୂଲ୍ୟବାନ ଜୀବନ ।

ଗଦାଗଡ଼ ହେଉ କି ଚୂଡ଼ଙ୍ଗ ବିହାର, ଜୟଦେବ ବିହାର ହେଉ କି ଶତାବ୍ଦୀ ନଗର, ମାଳିସାହି ହେଉ କି ସାଲିଆ ସାହି । ସବୁଠି ମୁକୁଳା ପଡ଼ିଛି ଡ୍ରେନ୍‌ । ୨୦୧୫ ରୁ ୨୦୨୬ ଗଲାଣି ୭ ମୁଣ୍ଡ । ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍ ପକାଇବାକୁ ବାରମ୍ବାର ଦାବି ହେଉଥିବା ବେଳେ ବିଏମ୍‌ସିର ଚେତା ପଶୁନି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia