Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିବାଦୀୟ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କୁ ହାଇକୋର୍ଟ ଝଟକା; ଆଗୁଆ ଜାମିନ ଆବେଦନ ଖାରଜ

ବିବାଦୀୟ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କୁ ହାଇକୋର୍ଟ ଝଟକା; ଆଗୁଆ ଜାମିନ ଆବେଦନ ଖାରଜ

Argus News Odia 1 week ago
ଢ଼ିଲା କଟକ ଚୌଦ୍ୱାର ସର୍କଲ ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡୁଆ । ଆଗୁଆ ଜାମିନ ଆବେଦନ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଚୌଦ୍ୱାର ଜେଲରୁ ଦୁଇଜଣ ବିହାରୀ କଏଦୀ ଫେରାର ଘଟଣାରେ ବିବାଦୀୟ ଭୂମିକା ନେଇ ସୁଜିତଙ୍କ ବିରୋଧରେ ଚୌଦ୍ବାର ଥାନାରେ ଏତଲା ଦେଇଥିଲେ ସେତେବେଳର ଜେଲର । ଗିରଫଦାରୀରୁ ବର୍ତ୍ତିବାକୁ ସୁଜିତ୍ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ।
ବିହାରୀ କଏଦୀ ଫେରାର ହେବା ଘଟଣା ପରେ ଜେଲ ମିନିଟ୍ ବୁକରେ ଦସ୍ତଖତ ଜାଲିଆତି କରିଥିବା ନେଇ ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ସେତେବେଳର ଜେଲର ।

  • ରହିଛି ସଙ୍ଗୀନ ଅଭିଯୋଗ
ଜେଲର ବଡ଼ ପଦବୀରେ ଥିବା ଏହି ବାବୁଙ୍କ ନାଁରେ ରହିଛି ସାଙ୍ଘାତିକ ଅଭିଯୋଗ । ଦୁଇ ଜଣ ବିଚାରାଧୀନ କଏଦୀଙ୍କୁ ଫେରାର କରାଇବାରେ ସହଯୋଗ ସହିତ ଆପରାଧିକ ଷଡ଼ଯନ୍ତ୍ର, ଘଟଣା ଚାପିଦେବାକୁ ପ୍ରୟାସ, ଦସ୍ତଖତରେ ଜାଲିଆତି, ଦସ୍ତାବିଜ୍ ହେରଫେର ଓ ରେକର୍ଡ ନଷ୍ଟ, ପଦବୀର ଅପବ୍ୟବହାର ଏବଂ ତଦନ୍ତକୁ ବାଟବଣା କରିବାର ପ୍ରୟାସ । ଏତେ ସଂଗୀନ ଅଭିଯୋଗ ଥିବା ଏହି ଜେଲ୍ ବାବୁ ଗିରଫଦାରୀରୁ ବର୍ତ୍ତିବାକୁ ଯାଇଥିଲେ ହାଇକୋର୍ଟ । ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ହେଲେ ତାଙ୍କୁ ଲାଗିଛି ବଡ଼ ଝଟକା । ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ ପରେ ବଢ଼ିଲା ଗିରଫଦାରୀ ଆଶଙ୍କା ।

  • କଣ ପୂରା ଘଟଣା ?
୨୦୨୫ ଅକ୍ଟୋବରରେ ଚୌଦ୍ୱାର ଜେଲରୁ ଫେରାର ହୋଇଯାଇଥିଲେ ଦୁଇ ଜଣ ବିଚାରାଧୀନ ବନ୍ଦୀ ଶୁଭମ୍‌ ଓରଫ୍ ରାଜା ଶାହାନୀ ଓ ମଧୁକାନ୍ତ କୁମାର ଓରଫ୍ ରଣା । ଉଭୟ ଯାଜପୁର ପାଣିକୋଇଲି ଡକାୟତି ଓ ହତ୍ୟାକାଣ୍ଡର ଅଭିଯୁକ୍ତ । ପରେ ଉଭୟ ଭିନ୍ନ ଭିନ୍ନ ସ୍ଥାନରୁ ଧରାପଡ଼ିଥିଲେ । ଚୌଦ୍ବାର ଜେଲ୍ ଅଧିକ୍ଷକ ସୁଜିତ ରାଉଳଙ୍କ ନାଁରେ ରହିଛି ଏହି ଦୁଇ କଏଦୀଙ୍କୁ ଫେରାର ଷଡ଼ଯନ୍ତ୍ରର ସାଂଘାତିକ ଅଭିଯୋଗ ।

ଗତ ସେପ୍ଟେମ୍ବର ୨୭ରୁ ୩୦ ଯାଏଁ ସେ ଛୁଟିରେ ଥିଲେ । ଅକ୍ଟୋବର ୧ ପୂର୍ବାହ୍ନରେ ଡ୍ୟୁଟିରେ ଯୋଗଦେବା କଥା । ତେବେ ସେହିଦିନ ସନ୍ଧ୍ୟା ୫ଟା ୪୩ରେ ଅଫିସ୍ ଆସି ରାତି ୯ଟା ୨୧ରେ ବାହାରିଯାଇଥିଲେ ସୁଜିତ୍ । ତା'ପରେ ଅକ୍ଟୋବର ୨ ତାରିଖ ସକାଳ ୮ଟା ୩୪ରେ ପ୍ରବେଶ କରି ସକାଳ ୯ଟା ୩୦ରେ ବାହାରିଯାଇଥିଲେ । ଅକ୍ଟୋବର ୩ ସକାଳ ଯାଏଁ ଜେଲ୍‌ରୁ କଏଦୀ ଫେରାର ଫୋନ୍ ପାଇବା ପରେ ବି ସେ ଅଫିସ୍ ଆସିନଥିଲେ । ଗେଟ୍‌ ଇନ୍-ଆଉଟ୍‌ ରେଜିଷ୍ଟରରେ ସେ ଅନ୍ୟ ସମୟରେ ଦସ୍ତଖତ କରିଥିବା ଦେଖାଯାଇଛି । ଯାହା ସିସିଟିଭି ଫୁଟେଜ୍ ସହ ମେଳଖାଉନାହିଁ । ତଦନ୍ତରେ ଏକାଧିକ ଜାଲିଆତି ଓ ବଡ଼ ଷଡ଼ଯନ୍ତ୍ରର ସୁରାକ୍ ମିଳୁଛି ।

ପଢନ୍ତୁ ଏହି ଖବର: ରାଖୀ ବାନ୍ଧି ଭାଇ ନେଲା ଜୀବନ ହାରିବା ଭଳି ଚରମ ପଦକ୍ଷେପ, ଅବାକ୍ ପରିବାର

ସେତେବେଳର ଜେଲର୍ ସନ୍ତୋଷିନୀ ଦାଶ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଫେରାର ରାତିରେ ଡ୍ୟୁଟିରେ ଉପସ୍ଥିତ ନ ଥିଲେ ସୁଜିତ୍ । ନିଜ ଉପସ୍ଥିତି ଦେଖାଇବାକୁ ଗେଟ୍‌ ଇନ୍-ଆଉଟ୍‌ ରେଜିଷ୍ଟରରେ କାରସାଦି କରିଥିଲେ । ମିନିଟ୍‌ ବୁକ୍‌ରେ ସୁଜିତ୍ ସନ୍ତୋଷିନୀଙ୍କ ସ୍ୱାକ୍ଷର ଜାଲିଆତି କରିଥିଲେ । ଦୁଇ କଏଦୀଙ୍କ ଫେରାର ପଛରେ ସୁଜିତଙ୍କର ରହିଛି ସନ୍ଦେହଜନକ ଭୂମିକା । ସୁଜିତ୍ ରାଉଳଙ୍କ ବିବାଦୀୟ ଭୂମିକା ନେଇ ସାଂସଦ ସୁଜିତ କୁମାର ମଧ୍ୟ ଆଣିଥିଲେ ସାଂଘାତିକ ଅଭିଯୋଗ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia