କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC । ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବ୍ୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲି ତଦନ୍ତ ଆରମ୍ଭ କରିଛି।
ପୋଲିସ ରିପୋର୍ଟ ଅନୁଯାୟୀ କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ମୃତଦେହ ଉଦ୍ଧାର ହୋଇଛି ।
ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଜୋନ୍ ଏସିପି ସୁଧାଂଶୁ ଜେନା ଓ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା। 2010 ରେ ଚାକିରୀ ଆରମ୍ଭ କଲେ। ଗଞ୍ଜାମ ଜିଲ୍ଲାରେ ଚାକରି ଆରମ୍ଭ କରି କମିଶନର ପୋଲିସକୁ ଆସିଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଗତକାଲି ରାତିରେ ସ୍ବାଭାବିକ ଥିଲେ IIC ବ୍ୟୁଟି ମହାନ୍ତି । ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ବିଶ୍ରାମ ନେବା ପାଇଁ ଥାନାର ଦ୍ବିତୀୟ ମହଲାକୁ ଯାଇଥିଲେ ବ୍ୟୁଟି। ଘରକୁ ଫେରିବା ପରିବର୍ତ୍ତେ ରେଷ୍ଟ ରୁମ୍ରେ ରହିଥିଲେ ବ୍ୟୁଟି । ଶନିବାର ସକାଳୁ ଫୋନ୍ ନଉଠାଇବାରୁ ଓ କବାଟ ନଖୋଲିବାରୁ ଥାନା କର୍ମଚାରୀ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଭିତରେ ବ୍ୟୁଟି ମହାନ୍ତିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

