Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇରାନ ସହ ପୁଣି କଥାବାର୍ତ୍ତା ପୂର୍ବରୁ ଟ୍ରମ୍ପ ଦେଲେ ନିଆଁ ଲଗା ମନ୍ତବ୍ୟ

ଇରାନ ସହ ପୁଣି କଥାବାର୍ତ୍ତା ପୂର୍ବରୁ ଟ୍ରମ୍ପ ଦେଲେ ନିଆଁ ଲଗା ମନ୍ତବ୍ୟ

Argus News Odia 1 week ago
ନୂଆଦିଲ୍ଲୀ: ଟ୍ରମ୍ପ ଅଟକାଇ ଦେଲେ ବଡ଼ ଧରଣର ସୈନ୍ୟ ଆକ୍ରମଣ । ପୁଣି ଇରାନ ସହ ଆରମ୍ଭ ହେବ ଆଲୋଚନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଇରାନ ଉପରେ ହେବାକୁ ଯାଉଥିବା ଏକ ବଡ଼ ଧରଣର ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ଦେଇଛି ।"

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ପ୍ରସ୍ତାବିତ ଆକ୍ରମଣ ବହୁତ ବଡ଼ ଥିଲା ।
ଯାହାକି ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ସବୁଠୁ ବଡ଼ ସୈନ୍ୟ ଅଭିଯାନ ହୋଇଥାନ୍ତା । ସାଉଦି ଆରବ, ୟୁଏଇ, କତାର ଓ ଇରାନ ସୈନ୍ୟ ଅଭିଯାନ ଟାଳିବାକୁ ନିବେଦନ କରିଛନ୍ତି ।"

ଏଥିସହ ପଢ଼ନ୍ତୁ: ସାଉଦି କାର୍ଯ୍ୟାନୁଷ୍ଠାନରେ ଥରହର ଇରାକ; ୧୮ ମୃତ; ୩୨ ଆହତ

ଏୟାର ଫୋର୍ସ ୱାନରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଆମେରିକା ସେନା ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । କିନ୍ତୁ ସହଯୋଗୀ ଦେଶ କୂଟନୀତିକ ସମାଧାନକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ ।

ଟ୍ରମ୍ପଙ୍କ ଅନୁସାରେ, ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ପଚାରିଥିଲେ ଆକ୍ରମଣ ନା ଚୁକ୍ତି କେଉଁଟି ଭଲ ହେବ । ଯାହାର ଉତ୍ତର ମିଳିଥିଲା ବୁଝାମଣା ଠିକ୍ ହେବ । କାରଣ ଯୁଦ୍ଧ କେଉଁ ପର୍ଯ୍ୟନ୍ତ ଯିବ, ତାର କୌଣସି ଅନୁମାନ କରାଯାଇ ପାରିବ ନାହିଁ ।

ହର୍ମୁଜ ଓ ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, "ସୋମବାର ଠାରୁ କଥାବାର୍ତ୍ତା ଆରମ୍ଭ ହେବ । ଆଲୋଚନାରେ ହର୍ମୁଜ୍ ପ୍ରଣାଳୀ ଓ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା ହେବ ।" ତେବେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା କେଉଁଠି ହେବ, ଏଥିରେ କେଉଁମାନେ ସାମିଲ୍ ହେବେ ସେନେଇ ଟ୍ରମ୍ପ କିଛି କହି ନାହାନ୍ତି ।

ଆମେରିକା ଓ ଇରାନ ମଧ୍ୟରେ ସିଧାସଳଖ ଆଲୋଚନା ଜାରି ରଖିବା, ସମ୍ପୂର୍ଣ୍ଣ କ୍ଷେତ୍ରରେ ଆକ୍ରମଣ ରୋକିବା, ଇରାକରେ ଇରାନ୍ ସମର୍ଥିତ ଗୋଷ୍ଠୀର ଗତିବିଧି ବନ୍ଦ କରିବା ଓ ବଦଳର ଆମେରିକା ତାର ସମସ୍ତ ସେନାକୁ ପ୍ରତ୍ୟାହାର କରି ଇରାନର ତୈଳ ରପ୍ତାନୀକୁ ଅନୁମତି ଦେବା ଆଲୋଚନାର ଅଂଶ ହେବ ।

ଏଥିସହ ପଢ଼ନ୍ତୁ: ଜୋରଦାର ବିସ୍ଫୋରଣ ସହ ଅଚାନକ ଉଠିଲା ଅଗ୍ନି ଶିଖା; ସାମ୍ନାକୁ ଆସିଲା ଭିଡ଼ିଓ

ଟ୍ରମ୍ପଙ୍କ ଦାବିକୁ ଇରାନର ଅଗ୍ରାହ୍ୟ

ସେପଟେ ଇରାନ, ଟ୍ରମ୍ପଙ୍କ ଦାବିକୁ ଖାରଜ କରି ଦେଇଛି । ଇରାନର ସରକାରୀ ଗଣମାଧ୍ୟମ ଏହାକୁ ଟ୍ରମ୍ପଙ୍କ ନୂଆ ମିଛ କହିଛି । ଇରାନ ଅନୁସାରେ, ଆମ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ଯେବେ ପର୍ଯ୍ୟନ୍ତ ଆମେରିକା ଶତ୍ରୁତାପୂର୍ଣ୍ଣ କାର୍ଯ୍ୟକଳାପ ଜାରି ରଖିବ, ସେବେ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ପୁଣି ଥରେ ଖୋଲାଯିବ ନାହିଁ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia