Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ; ଗୋଟିଏ ଆକ୍ରମଣରେ ଇରାନକୁ ଶେଷ କରିଦେବୁ

ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ; ଗୋଟିଏ ଆକ୍ରମଣରେ ଇରାନକୁ ଶେଷ କରିଦେବୁ

Argus News Odia 1 week ago
ପୁଣି ଇରାନକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦାବି କରିଛନ୍ତି, ଯଦି ଆମେରିକା ଚାହିଁବ ତେବେ ସେ କେବଳ ଗୋଟିଏ ଥରରେ ଇରାନର ସମସ୍ତ ଶୀର୍ଷ ନେତୃତ୍ବକୁ ଶେଷ କରିପାରିବୁ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ଏପରି କରିବାକୁ ଚାହୁଁନାହିଁ, କାରଣ ଇରାନ ସହ ଆଲୋଚନାର ଦ୍ୱାର ଖୋଲା ରଖିବା ତାହାର ଉଦ୍ଦେଶ୍ୟ ।
"ଗୋଟିଏ ଆକ୍ରମଣରେ ସମସ୍ତଙ୍କୁ ଶେଷ କରିପାରିବୁ"

Axios ସହ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ, ଇରାନର ଶୀର୍ଷ ନେତାମାନେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଶେଷକୃତ୍ୟରେ ଏକାଠି ଉପସ୍ଥିତ ଅଛନ୍ତି । ସେ କହିଥିଲେ, "ସମସ୍ତେ ସେଠାରେ ଅଛନ୍ତି । ଆମେ ଚାହିଁଲେ ଗୋଟିଏ ଆକ୍ରମଣରେ ସମସ୍ତଙ୍କୁ ଶେଷ କରିପାରିବୁ । କିନ୍ତୁ ତାହା କଲେ ଆଲୋଚନା କରିବା ପାଇଁ କେହି ବଞ୍ଚିବେ ନାହିଁ ।"

ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଭିଡ଼ ଦେଖି ଆଶ୍ଚର୍ଯ୍ୟ

ଟ୍ରମ୍ପ କହିଛନ୍ତି ଯେ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଏତେ ଲୋକଙ୍କୁ କାନ୍ଦୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେ କହିଛନ୍ତି, "ମୁଁ ଭାବିଥିଲି ଲୋକମାନେ ଅଲି ଖାମେନେଇଙ୍କୁ ଘୃଣା କରୁଥିଲେ, କିନ୍ତୁ ମୁଁ ସେଠାରେ ଏତେ ଲୋକଙ୍କୁ କାନ୍ଦୁଥିବା ଦେଖିଲି।" ହୁଏତ ଏଗୁଡ଼ିକ ଲୋକଦେଖାଣିଆ ବୋଲି ଟ୍ରମ୍ପ କହିଛନ୍ତି ।

ଇରାନୀ ଦୂତାବାସ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇଛି

ଟ୍ରମ୍ପଙ୍କ ଏହି ବୟାନ ପରେ ଆର୍ମେନିଆରେ ଥିବା ଇରାନର ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ କଡ଼ା ପ୍ରତିକ୍ରିୟା ଦେଇଛି । ଦୂତାବାସ ଲେଖିଛି, "ଆପଣ ଏହି କଥା ବୁଝିପାରିବେ ନାହିଁ, କାରଣ ଆପଣଙ୍କ ପାଖରେ ନା ସଭ୍ୟତା ଅଛି, ନା ଇତିହାସ ଏବଂ ନା ସମ୍ମାନ ।"

"ଆମେ ଇରାନର ଅଣ୍ଟା ଭାଙ୍ଗି ଦେଇଛୁ"

ଆମେରିକାର ସ୍ୱାଧୀନତା ଦିବସ (୪ ଜୁଲାଇ) ପୂର୍ବରୁ ଟ୍ରମ୍ପ କହିଥିଲେ, "ଆମେ ଇରାନର ଅଣ୍ଟା ଭାଙ୍ଗି ଦେଇଛୁ। ବର୍ତ୍ତମାନ ସେମାନେ ଚୁକ୍ତି ପାଇଁ ବ୍ୟାକୁଳ ଅଛନ୍ତି । ଆମେ ସେମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ଏକ ସପ୍ତାହ ସମୟ ଦେଇଥିଲୁ କାରଣ ଆମେ ଭଲ ଲୋକ।"

ଇରାନ ଆମେରିକା ଏବଂ ଇସ୍ରାଏଲକୁ ଚେତାବନୀ ଦେଇଛି

ଖାମେନେଇଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଇରାନୀ ସାମରିକ କମାଣ୍ଡର ଅଲି ଅବଦୁଲ୍ଲାହି ଆମେରିକା ଏବଂ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଇରାନର ଶତ୍ରୁମାନେ, ବିଶେଷକରି ଆମେରିକା ଏବଂ ଇସ୍ରାଏଲ କୌଣସି ଭୁଲ ଧାରଣାରେ ରହିବା ଉଚିତ୍ ନୁହେଁ। ଯଦି ଇରାନ ବିରୁଦ୍ଧରେ କୌଣସି ଆକ୍ରମଣ ହୁଏ, ତେବେ ଇରାନ ତୁରନ୍ତ ଏବଂ କଠୋର ଜବାବ ଦେବ ।

ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିବ

ଜୁଲାଇ ୩ ତାରିଖରେ ତେହେରାନରେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଥିଲା । ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ଜାରି ରହିବ ଏବଂ ତାଙ୍କୁ ତାଙ୍କ ଜନ୍ମସ୍ଥାନ ମଶାଦରେ ରଖାଯିବ । ଏହି ସମୟ ମଧ୍ୟରେ କୋମ୍ ଏବଂ ଇରାକରେ ଅନେକ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଛି ।

ସୁରକ୍ଷା କାରଣରୁ ମୋଜତାବା ଖାମେନେଇ ଅନ୍ତିମ ସଂସ୍କାରରେ ସାମିଲ ହେବେନି

ରିପୋର୍ଟ ଅନୁଯାୟୀ, ଅଲି ଖାମେନେଇଙ୍କ ପୁଅ ମୋଜତବା ଖାମେନେଇ ସୁରକ୍ଷା କାରଣରୁ ତାଙ୍କ ପିତାଙ୍କ ଶେଷକୃତ୍ୟରେ ସାର୍ବଜନୀନ ଭାବେ ଯୋଗଦେବାର ସମ୍ଭାବନା ଖୁବ କମ୍ । ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଆୟାତୋଲ୍ଲା ହକିମ ଇଲାହି କହିଥିଲେ ଯେ, ସୁରକ୍ଷା ସଂସ୍ଥାମାନେ ତାଙ୍କ ସୁରକ୍ଷାର ପୂର୍ଣ୍ଣ ଗ୍ୟାରେଣ୍ଟି ଦେଇପାରୁନାହାନ୍ତି। ଏହି କାରଣରୁ ସେ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ନ ଦେଇପାରନ୍ତି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia