Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ଉଦଘାଟିତ; ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ଵାନ

ଜଗଦଗୁରୁ କୃପାଳୁ ବିଶ୍ଵବିଦ୍ୟାଳୟ ଉଦଘାଟିତ; ବିକଶିତ ଭାରତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆହ୍ଵାନ

Argus News Odia 1 week ago
ଟକ: ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ନେବେ ଛାତ୍ରଛାତ୍ରୀ । କଟକ ମୁଣ୍ଡଳୀରେ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଗୌରବମୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶିଷ୍ଟ ଅତିଥିମାନେ ସାମିଲ ହୋଇଥିଲେ ।
ଭାରତର ପ୍ରାଚୀନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ସମସାମୟିକ ଶିକ୍ଷା ସହିତ ମିଶ୍ରଣ କରିବା ଉଦ୍ଦେଶ୍ୟରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି, ଯାହା ଜାତୀୟ ବିକାଶରେ ଯୋଗଦାନ ଦେବା ପାଇଁ ବୃତ୍ତିଗତ ଭାବରେ ଦକ୍ଷ ସ୍ନାତକ ସୃଷ୍ଟି କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବ ।

  • ଯୁବବର୍ଗଙ୍କୁ ରାଷ୍ଟ୍ରପତିଙ୍କ ଆହ୍ଵାନ
ବିଶ୍ଵବିଦ୍ୟାଳୟ ଉଦଘାଟନ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, " ଶିକ୍ଷା କେବଳ ଜ୍ଞାନ ଅର୍ଜନ ମାଧ୍ୟମ ନୁହେଁ । ବ୍ୟକ୍ତିତ୍ବ ଗଠନ, ସାମାଜିକ ପରିବର୍ତ୍ତନ, ରାଷ୍ଟ୍ର ନିର୍ମାଣର ମଧ୍ୟ ଭିତ୍ତିପ୍ରସ୍ତର । ଯୁବକଙ୍କର ଜ୍ଞାନ ସେତେବେଳେ ସାର୍ଥକ ହେବ ଯେତେବେଳେ ମାନବତାର ସେବା, ସମାଜ କଲ୍ୟାଣର ମାଧ୍ୟମ ହେବ ।" ଏହାସହିତ ମହାମହିମ ଜ୍ଞାନ, ପ୍ରତିଭା ଓ ଉର୍ଜାର ସଦୁପଯୋଗ କରି ବିକଶିତ ଭାରତ ନିର୍ମାଣରେ ସାରଥୀ ହେବାକୁ ଆହ୍ବାନ ଦେଇଛନ୍ତି ।


ପଢନ୍ତୁ ଏହି ଖବର: ସରକାରଙ୍କ ବଡ଼ ଘୋଷଣା; ଏହି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା

ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ନୈତିକ ମୂଲ୍ୟବୋଧ ଏବଂ ସାଂସ୍କୃତିକ ମୂଳକୁ ଭୁଲି ନ ଯାଇ ଆଧୁନିକ ଜ୍ଞାନକୁ ଗ୍ରହଣ କରିବାକୁ ଆହ୍ଵାନ କରିଥିଲେ । ଏହାସହିତ ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ, ଉଦ୍ୟୋଗ ଏବଂ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ବିକାଶ ଉପରେ ଧ୍ୟାନକୁ ସ୍ୱାଗତ କରିଥିଲେ । ମହାମହିମ ବିଶ୍ୱାସ ପ୍ରକାଶ କରି କହିଥିଲେ ଯେ ଏହି ପ୍ରତିଷ୍ଠାନ 'ବିକଶିତ ଓଡ଼ିଶା' ଏବଂ 'ବିକଶିତ ଭାରତ' ଉଭୟର ଦୃଷ୍ଟିକୋଣରେ ଯୋଗଦାନ ଦେବା ପାଇଁ ଦକ୍ଷ ବୃତ୍ତିଗତ, ଗବେଷକ ଏବଂ ଉଦ୍ୟୋଗୀ ସୃଷ୍ଟି କରିବ ।

  • ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ନ ୨ଟାରେ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ ଉପସ୍ଥିତ ଥିଲେ ଭୁବନେଶ୍ବର ମେୟରଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ । ବିମାନବନ୍ଦରରୁ ସିଧା ଲୋକଭବନ ଯାଇଥିଲେ ମହାମହିମ ରାଷ୍ଟ୍ରପତି । ସେଠାରେ କିଛି ସମୟ ବିଶ୍ରାମ ନେଇ କଟକ ଅଭିମୁଖେ ବାହାରିଥିଲେ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia