Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କେନ୍ଦ୍ରୀୟ କର୍ମଚାରୀଙ୍କୁ ଡବଲ୍ ଖୁସି... ବଢ଼ିବ DA, ୮ମ ବେତନ କମିଶନକୁ ନେଇ ବଢ଼ିଲା ଆଶା

କେନ୍ଦ୍ରୀୟ କର୍ମଚାରୀଙ୍କୁ ଡବଲ୍ ଖୁସି... ବଢ଼ିବ DA, ୮ମ ବେତନ କମିଶନକୁ ନେଇ ବଢ଼ିଲା ଆଶା

Argus News Odia 2 weeks ago

ରକାରୀ ଚାକିରିଆଙ୍କ ପାଇଁ ଖୁସିର ଖବର... ବଢ଼ିପାରେ ଦରମା, ପକେଟକୁ ଆସିପାରେ ଅଧିକ ଟଙ୍କା । ଗୋଟିଏ ପଟେ ୮ମ ବେତନ କମିଶନକୁ ନେଇ ଆଶା ବଢ଼ିଛି, ତ ଅନ୍ୟପଟେ DA ବୃଦ୍ଧିର ସମ୍ଭାବନା ମଧ୍ୟ କର୍ମଚାରୀଙ୍କ ମୁହଁରେ ହସ ଆଣିଛି । CPI-IWର ନୂଆ ତଥ୍ୟ ଏବେ ଦେଇଛି ବଡ଼ ସଙ୍କେତ ଜାନୁଆରୀ ୨୦୨୭ରେ ୬୪% ନିକଟରେ ପହଞ୍ଚିପାରେ DA ।

ତେବେ କେତେ ବଢ଼ିବ ମହଙ୍ଗା ଭତ୍ତା, କେବେ ବଢ଼ିବ ଦରମା ଏବଂ ୮ମ ବେତନ କମିଶନରେ କ'ଣ ମିଳିବ ଜାଣନ୍ତୁ ପୂରା ଖବର ।

କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଆସନ୍ତା ସମୟରେ ଡବଲ୍ ଖୁସି ଖବର ଆସିପାରେ । ଗୋଟିଏ ପଟେ ୮ମ ବେତନ କମିଶନର ସୁପାରିସକୁ ନେଇ ଆଶା ବଢ଼ୁଥିବା ବେଳେ ଅନ୍ୟପଟେ ୨୦୨୬ର ଦ୍ୱିତୀୟ ଭାଗର ମହଙ୍ଗା ଭତ୍ତା ବା DA ବୃଦ୍ଧିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ନୂଆ ତଥ୍ୟ ଅନୁସାରେ ଆଗାମୀ ଦିନରେ କର୍ମଚାରୀଙ୍କ ଦରମାରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ଷକୁ ଦୁଇଥର, ଜାନୁଆରୀ ଓ ଜୁଲାଇରୁ ପ୍ରଭାବୀ ହେଉଥିବା DA ବୃଦ୍ଧି ମିଳିଥାଏ । ବର୍ତ୍ତମାନ କର୍ମଚାରୀମାନେ ୬୦ ପ୍ରତିଶତ ହାରରେ DA ପାଉଛନ୍ତି । ୨୦୨୬ ଜାନୁଆରୀରେ DAରେ ୨ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏବେ ଜୁଲାଇ ୨୦୨୬ରୁ ପ୍ରଭାବୀ ହେବାକୁ ଥିବା ନୂଆ DAର ଔପଚାରିକ ଘୋଷଣା ଅକ୍ଟୋବରରେ ହୋଇପାରେ ବୋଲି ଆଶା କରାଯାଉଛି ।

ଏହି ମଧ୍ୟରେ ଶ୍ରମ ମନ୍ତ୍ରଣାଳୟ ଅଧୀନ ଲେବର ବ୍ୟୁରୋ ପକ୍ଷରୁ ପ୍ରକାଶିତ CPI-IW ତଥ୍ୟ ନୂଆ ସଙ୍କେତ ଦେଇଛି । ଜୁନ୍ ୨୦୨୬ରେ CPI-IW ସୂଚକାଙ୍କ ୧୫୧.୯ ଥିବା ବେଳେ ଜୁଲାଇରେ ଏହା ୧.୩ ପଏଣ୍ଟ ବଢ଼ି ୧୫୩.୨ରେ ପହଞ୍ଚିଛି । ଏହି ତଥ୍ୟକୁ ଆଧାର କରି ଜାନୁଆରୀ ୨୦୨୭ର DA ପ୍ରାୟ ୬୪ ପ୍ରତିଶତ ନିକଟରେ ପହଞ୍ଚିପାରେ ବୋଲି ପ୍ରାରମ୍ଭିକ ଆକଳନ କରାଯାଉଛି ।

ତେବେ ଏହାକୁ ଏବେଠାରୁ ନିଶ୍ଚିତ ବୋଲି ଧରିବା ଠିକ୍ ହେବ ନାହିଁ । କାରଣ ଜାନୁଆରୀ ୨୦୨୭ର ଅନ୍ତିମ DA ନିର୍ଦ୍ଧାରଣ ପାଇଁ ଅଗଷ୍ଟରୁ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ CPI-IW ତଥ୍ୟ ଆସିବା ବାକି ରହିଛି । ସେହି ସମସ୍ତ ତଥ୍ୟକୁ ଆଧାର କରି ଅନ୍ତିମ ହାର ନିର୍ଦ୍ଧାରଣ ହେବ ।

ଅନ୍ୟପଟେ ୮ମ ବେତନ କମିଶନକୁ ନେଇ ମଧ୍ୟ କର୍ମଚାରୀଙ୍କ ଆଶା ବଢ଼ିଛି । ବେତନ କମିଶନର ସୁପାରିସ ଆସିବା ପର୍ଯ୍ୟନ୍ତ DA ବୃଦ୍ଧି କର୍ମଚାରୀଙ୍କୁ ମହଙ୍ଗା ଦରରୁ କିଛିଟା ରିଲିଫ୍ ଦେବ ବୋଲି ଆଶା କରାଯାଉଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia