Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କିଏ ନୀଲ ପଟେଲ୍ ? ୧୬ ବର୍ଷ ବୟସରେ ରଚିବେ ଇତିହାସ ! ଭାରତ ବିରୁଦ୍ଧରେ ଖେଳିବେ କ୍ରିକେଟ୍

କିଏ ନୀଲ ପଟେଲ୍ ? ୧୬ ବର୍ଷ ବୟସରେ ରଚିବେ ଇତିହାସ ! ଭାରତ ବିରୁଦ୍ଧରେ ଖେଳିବେ କ୍ରିକେଟ୍

Argus News Odia 4 days ago
ଭାରତୀୟ କ୍ରିକେଟର ଖେଳାଳିଙ୍କ ଫ୍ଯାନ୍ସ ସାରା ବିଶ୍ଵରେ ଅଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରମାନେ ସାରା ବିଶ୍ଵରେ ନିଜର ଦବଦବା ଜାହିର କରିଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କଠୁ ଆରମ୍ଭ କରି ବିରାଟ କୋହଲି, ରୋହିତ ଶର୍ମାଙ୍କ ନାମ ଏହି ତାଲିକାରେ ଆସେ । ଏମାନଙ୍କ ପ୍ରଶଂସକ ଆପଣଙ୍କୁ ସବୁ ଦେଶରେ ମିଳିବେ । ଭାରତୀୟ କ୍ରିକେଟ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳେ ।
ଏହାରି ଭିତରେ ବିଦେଶରେ ଜଣେ ମୂଳ ଭାରତୀୟଙ୍କୁ ନେଇ ବେଶ ଚର୍ଚ୍ଚା ହେଉଛି । ଯିଏକି ଭାରତୀୟ ବଂଶୋଦ୍ଭବ, କିନ୍ତୁ ଭାରତ ବିରୁଦ୍ଧରେ ଖେଳିବାକୁ ଯାଉଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦେଶ ପାଇଁ କ୍ରିକେଟ ଖେଳୁଥିବା ନଜିର ରହିଛି । ମୂଳ ଭାରତୀୟ କ୍ରିକେଟର ନୀଲ ପଟେଲଙ୍କୁ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମରେ ସ୍ଥାନ ମିଳିଛି । ସେ ଭାରତ ବିରୁଦ୍ଧରେ ହେବାକୁ ଥିବା ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ କ୍ରିକେଟ୍ ଖେଳିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଣ୍ଡର-୧୯ର ଏହି ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୧୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । କ୍ରିକେଟ୍ ଅଷ୍ଟ୍ରେଲିଆ ୧୬ ଜଣିଆ ସଦସ୍ୟଙ୍କୁ ନେଇ ଟିମ ଘୋଷଣା କରିଛି, ଯେଉଁଥିରେ ନୀଲ ପଟେଲଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ମିଳିଛି ।

  • ନୀଲ ପଟେଲଙ୍କ ବିଷୟରେ..
ସମ୍ପ୍ରତି ନୀଲ ପଟେଲ ନ୍ୟୁ ସାଉଥ୍ ୱେଲ୍ସ ପାଇଁ ଓପନିଂ କରୁଛନ୍ତି । ଜୁନିଅର ଲେଭଲରେ ତାଙ୍କର କ୍ରିକେଟ୍ ବଡ଼ ବଡ଼ କ୍ରିକେଟରଙ୍କ ଧ୍ୟାନ ଆକର୍ଷଣ କରିଛି । ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ କ୍ରିକେଟ୍ କ୍ଲବ୍ ପକ୍ଷରୁ ଖେଳୁଥିବା ନୀଲ ପଟେଲଙ୍କ ବୟସ ମାତ୍ର ୧୬ ବର୍ଷ । ସେ ନିକଟର ଏକ ବିରଳ ଇତିହାସ ରଚିଛନ୍ତି । ନୀଲ୍ ସିଡନି ପ୍ରିମିୟର କ୍ରିକେଟ୍ ଫର୍ଷ୍ଟ ଗ୍ରେଡ୍‌ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ୍ କରିଛନ୍ତି। ଆଉ ଏପରି ରେକର୍ଡ କରିବାରେ ସେ ସର୍ବକନିଷ୍ଠ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ।

  • ଫର୍ଷ୍ଟ-ଗ୍ରେଡ୍ କ୍ରିକେଟରେ ସେଞ୍ଚୁରୀ
ନିକଟରେ ସେ ଫର୍ଷ୍ଟ-ଗ୍ରେଡ୍ କ୍ରିକେଟରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି । ଦୀର୍ଘ ସମୟ ଧରି କ୍ରିଜ୍‌ରେ ରହିବା ଓ ନୂଆ ବଲ୍‌କୁ ନିଜର କୌଶଳ ବ୍ୟବହାର କରି ସାମ୍ନା କରିବାକୁ ନେଇ ତାଙ୍କର ବେଶ ଚର୍ଚ୍ଚା ହେଉଛି । ଭଲ ପ୍ରଦର୍ଶନ କରିବା ଯୋଗୁଁ ସେ ଅଷ୍ଟ୍ରେଲିଆର ଅଣ୍ଡର-୧୯ କ୍ୟାମ୍ପ ଲାଗି ମନୋନୀତ ହୋଇଛନ୍ତି । ବ୍ୟାଟିଂ ବ୍ୟତୀତ ସେ ବୋଲିଂ କରି ମଧ୍ୟ ଟିମରେ ବଡ଼ ଯୋଗଦାନ ଦେଉଛନ୍ତି ।

ପଢନ୍ତୁ ଏହି ଖବର: ୨ ୱିକେଟରେ ହାରିଲା ପାକିସ୍ତାନ; ଋଷି ଧୱନଙ୍କ ଦମଦାର ବ୍ୟାଟିଂ, ଶେଷ ଓଭର ଯାଏଁ ସସପେନ୍ସ

  • ଭାରତ ଗସ୍ତ ଲାଗି ଅଷ୍ଟ୍ରେଲିଆ U-19 ଟିମ୍
କେସି ବାର୍ଟନ, ହେଡନ୍ ବାରବୁଲୋୱିକ୍‍, ଏଲି ବ୍ରେନ୍‍, ୱିଲ୍ ବାୟରମ୍‍, ବ୍ଲାକ୍ କେଟଲ୍, ଜ୍ୟାକ୍ ଜୋସ୍ନେକ୍, ସ୍ପେନ୍ସର ଗ୍ରୀନ, କନର୍ ଗ୍ରୋଗରୀ, ଚାର୍ଲି ହେଡରସନ୍, ଜେଡ୍ ହୋଲିକ୍, ମ୍ୟାଥୁ ଲଫ୍, ନୀଲ ପଟେଲ୍, ଜ୍ଯାକବ୍ ପିଟଜ୍, ପ୍ୟାଟ୍ରିକ୍ ସୁଲିଭନ୍, ଥିୟୋ ତ୍ସିଙ୍ଗୋସ୍, ଥମାସ୍ ୱାସିଓ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia