Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମାଂସ ଦୋକାନୀଙ୍କୁ ରାସ୍ତା ଉପରେ ୩ ରାଉଣ୍ଡ ଗୁଳି କଲା ଯୁବକ

ମାଂସ ଦୋକାନୀଙ୍କୁ ରାସ୍ତା ଉପରେ ୩ ରାଉଣ୍ଡ ଗୁଳି କଲା ଯୁବକ

Argus News Odia 2 weeks ago
ମ୍ବଲପୁର: ବ୍ୟକ୍ତିଗତ ଶତ୍ରୁତା ନା ପରକୀୟା ପ୍ରୀତି ? ମାଂସ ଦୋକାନରେ କାମ କରୁଥିବା ଯୁବକ କାହିଁକି ମାଲିକଙ୍କୁ କଲା ଗୁଳି ? ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ନିକଟରେ ଗୁଳିମାଡ଼ରେ ମାଂସ ଦୋକାନୀ ଏମ୍‌ଡି ଅନୀଶଙ୍କ ମୃତ୍ୟୁ ହୋଇଛି । ମୃତକ ଅନୀଶ ବୁର୍ଲା ଅଞ୍ଚଳର ହୋଇଥିବା ବେଳେ ସେ କିର୍ବା ଛକ ନିକଟରେ ମାଂସ ଦୋକାନ କରିଥିଲେ ।
ଶନିବାର ପ୍ରାୟ ଦିନ ୧୧ଟା ସମୟରେ ଏମ୍‌ଡି ଅନୀଶ ସ୍କୁଟି ନେଇ ଯାଉଥିଲେ । ସେହି ସମୟରେ ବିଚ୍ ରାସ୍ତା ଉପରେ ଅନୀଶଙ୍କ ଉପରକୁ ଗୁଳିମାଡ଼ କରାଯାଇଛି । ଅନୀଶଙ୍କ ଦେହରେ ୩ ରାଉଣ୍ଡ ଗୁଳି ବାଜି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନୀଶଙ୍କ ମୁଣ୍ଡରେ ଗୋଟିଏ ଓ ଶରୀରରେ ଦୁଇଟି ଗୁଳି ବାଜିଛି ।

ଏଥିସହ ପଢ଼ନ୍ତୁ: ଟୟୋଟା କାର୍ ସର୍ଭିସ୍ ସେଣ୍ଟରରେ ନିଆଁ; ଜଳିଗଲା ୨୫ କାର୍

ବୁର୍ଲା ଥାନା ପୋଲିସ ଅନୁସାରେ, "ମୃତ୍ୟୁବରଣ କରିଥିବା ଏମ୍‌ଡି ଅନୀଶଙ୍କ ବୟସ ୩୬ ବର୍ଷ । କିର୍ବା ଛକରେ ତାଙ୍କ ମାଂସ ଦୋକାନ ରହିଛି । ଅନୀଶଙ୍କ ଦୋକାନରେ ଝାରସୁଗୁଡ଼ାର ୨୫ ବର୍ଷୀୟ ଜଣେ ଯୁବକ ରାଜା କାମ କରୁଥିଲେ, ସେ ହିଁ ଗୁଳିମାଡ଼ କରିଛି ।"

ଅନୀଶଙ୍କୁ ଅତି ନିକଟରୁ ରାଜା ଗୁଳିମାଡ଼ କରିଥିବା କହିଛି ପୋଲିସ । ତେବେ ରାଜା, କାହିଁକି ଅନୀଶଙ୍କ ଉପରେ ବିଚ୍ ରାସ୍ତା ଉପରେ ଗୁଳିମାଡ଼ କଲା ସ୍ପଷ୍ଟ ହୋଇ ନାହିଁ । ବ୍ୟକ୍ତିଗତ ଶତ୍ରୁତାରୁ ରାଜା ଗୁଳିମାଡ଼ କରିଥିବା ପୋଲିସ ସନ୍ଦେହ କରୁଛି ।

ପୋଲିସ ଅଭିଯୁକ୍ତ ରାଜାକୁ ଅଟକ ରଖିବା ସହ ତା ନିକଟରୁ ଦେଶୀ ପିସ୍ତଲ ଜବତ କରିଛି । ଅନୀଶଙ୍କ ଦେହରେ ୩ଟି ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ୫ଟି ଖୋକା ପଡ଼ିଛି । ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ୍ ପରେ ସ୍ପଷ୍ଟ ହୋଇ ପାରିବ ମୋଟ କେତେ ରାଉଣ୍ଡ ଗୁଳିମାଡ଼ ହୋଇଛି ।

ଏଥିସହ ପଢ଼ନ୍ତୁ: ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ, ଠକେଇ ଅଭିଯୋଗରେ ନୟାପଲ୍ଲୀ ଘରୁ ବାନ୍ଧିଲା ପୋଲିସ

ତେବେ ହତ୍ୟାର କାରଣ ବ୍ୟକ୍ତିଗତ ଶତ୍ରୁତା ନା ପରକୀୟା ପ୍ରୀତି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲି ପୋଲିସ କହିଛି । ପୋଲିସ ଗୁଳି କରାଯାଇଥିବା ଦେଶୀ ବନ୍ଧୁକ ଜବତ କରିଛି । ରାଜା ନାଁରେ ପୂର୍ବରୁ ଅପରାଧିକ ମାମଲା ଥିଲା କି ନାହିଁ ସେ ନେଇ ତଦନ୍ତ କରାଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia