ମାଞ୍ଚେଷ୍ଟର: କେବେ ହେବ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ? ଏହି ପ୍ରଶ୍ନ ଏବେ କ୍ରିକେଟ୍ ଜଗତରେ ସର୍ବାଧିକ ଚର୍ଚ୍ଚାରେ ରହିଛି । ଏହାରି ଭିତରେ ଦିନକ ତଳେ ବୈଭବ ଇନଷ୍ଟା ଷ୍ଟୋରୀ ସେୟାର୍ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଭାବୁଛନ୍ତି ଭାରତ-ଇଂଲଣ୍ଡ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଖେଳିପାରନ୍ତି ବୈଭବ ।
ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି ।
ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ବଦଳିଗଲା ଭାରତ vs ଇଂଲଣ୍ଡ ଦ୍ୱିତୀୟ T20I ମ୍ୟାଚ୍ ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
IPLରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ସାମ କରନ । ସେ କହିଛନ୍ତି, "ସେଠାକାର ଓ ଏଠା ପିଚ୍ ମଧ୍ୟରେ ଫରକ୍ ରହିଛି । ବୈଭବଙ୍କ ପାଇଁ ଇଂଲଣ୍ଡ ଆହ୍ଵାନ ଦେବ । ଭାରତ ତୁଳନାରେ ଏଠାକାର ପିଚ୍ ଧିର ଅଟେ ।"
ବୈଭବଙ୍କ ପାଇଁ ଟିମ୍ ଇଂଲଣ୍ଡ ପାଖରେ ଭିନ୍ନ ଯୋଜନା ରହିଥିବା କହିଛନ୍ତି ସାମ କରନ । ଏଥିସହ ଦଳ କରିଥିବା ଯୋଜନା, କାମ କରିବ କି ନାହିଁ ତାକୁ ନେଇ ବି ସାମ କରନ ଚିନ୍ତା ପ୍ରକଟ କରିଛନ୍ତି ।
ସେ କହିଛନ୍ତି, "ଆମ ପାଖରେ ଭିନ୍ନ ଯୋଜନା ରହିଛି, କିନ୍ତୁ ତାହା କାମରେ ଆସିବ କି ନାହିଁ ଜାଣିନୁ । କାରଣ ସମସ୍ତେ ଜାଣନ୍ତି ବର୍ତ୍ତମାନ ସମୟରେ ବୈଭବ କିଭଳି ଫର୍ମରେ ଅଛନ୍ତି । ସେ ଏବେ ସର୍ବଶ୍ରେଷ୍ଠ ସମୟର ଆନନ୍ଦ ନେଉଛନ୍ତି ।"
ଏଥିସହ ପଢ଼ନ୍ତୁ: ଅପେକ୍ଷାର ଅନ୍ତ…ବୈଭବ ସୂର୍ଯ୍ୟବଂଶୀ କ'ଣ ଦ୍ୱିତୀୟ ଟି-୨୦ରେ ଡେବ୍ୟୁ କରିବେ? ସୋସିଆଲ ମିଡିଆରେ ଦେଲେ ବଡ଼ ସଙ୍କେତ
ଯଦିଓ IPLରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ ରହିଛି, ତଥାପି ଇଂଲଣ୍ଡ ତାଙ୍କ ପାଇଁ ଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିବ । ବୈଭବଙ୍କ ଠାରୁ ଭାରତ ବହୁତ ଅଧିକ ଆଶା ରଖିଛି ଏବଂ ସେଇ ଆଶାର ବୋଝକୁ ସେ କିଭଳି ସମ୍ଭାଳୁଛନ୍ତି ତାର ପରୀକ୍ଷା ହେବ ବୋଲି କହିଛନ୍ତି ସାମ କରନ ।
କେତେବେଳେ ଆରମ୍ଭ ହେବ ମ୍ୟାଚ୍ ?
ଭାରତ ବନାମ ଇଂଲଣ୍ଡ ଦ୍ଵିତୀୟ ଟି-ଟ୍ଵେଣ୍ଟି ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତୀୟ ସମୟାନୁସାରେ ମ୍ୟାଚ୍ ସନ୍ଧ୍ଯା ୭ଟାରେ ଆରମ୍ଭ ହେବ । ସେଠାକାର ସ୍ଥାନୀୟ ସମୟ ଦିନ ସାଢ଼େ ୨ଟା ହୋଇଥିବ ।

