Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରବଳ ବର୍ଷା ନେଇ ଆଜି ସାରା ରାଜ୍ୟକୁ ଆଲର୍ଟ,୪ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା

ପ୍ରବଳ ବର୍ଷା ନେଇ ଆଜି ସାରା ରାଜ୍ୟକୁ ଆଲର୍ଟ,୪ ଦିନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା

Argus News Odia 2 weeks ago
ଭୁବନେଶ୍ବର,୦୪/୦୭: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୫ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବା ଭୀଷଣ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରାଯାଇଛି । କନ୍ଧମାଳ,ବୌଦ୍ଧ,ଅନୁଗୁଳ,ସୋନପୁର ଓ ସମ୍ବଲପୁର ଜିଲ୍ଲାକୁ ରେଡ୍ ଆଲର୍ଟ,ରାୟଗଡ଼ା, କଳାହାଣ୍ଡି, ଗଜପତି,ଗଞ୍ଜାମ, କନ୍ଧମାଳ,ନୟାଗଡ଼,କଟକ,କେଉଁଝର ଓ ଢେଙ୍କାନାଳ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।ସେହିପରି ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।ଏଥିସହ ଆସନ୍ତାକାଲି ଠୁ କମିବ ବର୍ଷାର ପରିମାଣ।କିନ୍ତୁ ଆଗାମୀ 4 ଦିନ ସମୁଦ୍ର ସ୍ଥିତି ଅଶାନ୍ତରୁ ଅତି ଅଶାନ୍ତ ରହିବ ।
ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି

ଗତ ୨୪ ଘଣ୍ଟାରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ବରଗଡ଼ର ଆମ୍ବାଭୋନା ରେ ୩୧୭.୦ ମିଲିମିଟର ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ୩ ଟି ସ୍ଥାନରେ ଓ ୨୧ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ୧୭୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।ଏବେ ବି ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି।

ଗତ ୨୪ ଘଣ୍ଟାରେ ବରଗଡ଼ ଅମ୍ବାଭୋନାରେ ସର୍ବାଧିକ ୩୨୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ବଲାଙ୍ଗୀରରେ ୧୫୦ମିମି, କଣ୍ଟାମାଳରେ ୧୩୦ମିମି,ବୀରମହାରାଜପୁରରେ ୧୨୦, ତରଭାରେ ୧୧୦ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫ଟା ଭିତରେ ଛତ୍ରପୁରରେ ସର୍ବାଧିକ ୮୩ ମିମି ବର୍ଷା ହୋଇଛି । ଗୋପାଳପୁରରେ ୬୭.୭ ମିମି, ନୟାଗଡ଼ରେ ୫୩, ଜଗତସିଂହପୁରରେ ୪୫.୨, ଖୋର୍ଦ୍ଧାରେ ୪୫, କଟକରେ ୪୪.୪, ଚାନ୍ଦବାଲିରେ ୩୧.୯, ଭୁବନେଶ୍ୱରରେ ୨୮.୬, ସମ୍ବଲପୁରରେ ୨୫.୫, ଅନୁଗୁଳରେ ୨୧ମିମି ବର୍ଷା ରେକର୍ଡ ହୋଇଛି।

ପଢନ୍ତୁ ଏହି ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବରଗଡ଼, ଢେଙ୍କାନାଳ, କନ୍ଧମାଳ, ସମ୍ବଲପୁରରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ବରଗଡ଼ରେ ଘରେ ଘରେ ଆଣ୍ଠୁଏ ପାଣି ପଶିଥିବା ବେଳେ ରୋଷେଇବାସ ସବୁ ଠପ୍‌ । କନ୍ଧମାଳ ବାଲିଗୁଡ଼ାରେ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଢ଼େଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସିଛି ।

କେବଳ ଗ୍ରାମାଞ୍ଚଳ ନୁହେଁ କଟକ, ଭୁବନେଶ୍ୱର, ସମ୍ବଲପୁର ଭଳି ବଡ଼ ବଡ଼ ସହରରେ ମଧ୍ୟ ସାମାନ୍ୟ ବର୍ଷା ଡ୍ରେନେଜ୍ ଭିତ୍ତିଭୂମି ବିପର୍ଯ୍ୟସ୍ତ ଅବସ୍ଥା ପଦାରେ ପଡ଼ିଛି । ଭୁବନେଶ୍ୱର ମହାନଗର ନିଗମ ଅଧୀନ ୪ ନମ୍ବର ୱାର୍ଡର ବୈଭବ ନଗରରେ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ପିଲାଙ୍କ ପାଠପଢ଼ାଠାରୁ ରୋଗୀଙ୍କ ଚିକିତ୍ସା ସବୁକିଛି ପ୍ରଭାବିତ ହୋଇଛି । କଟକ ବଡ଼ ଡାକ୍ତରଖାନା ପରିସରରେ ମଧ୍ୟ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia