ନିଶା ନିଶାରେ ରାଜଧାନୀ । କୋଡ୍ ୱାର୍ଡରେ ଚାଲିଛି ନିଶା କାରବାର । ମାଫିଆଙ୍କ ଟାର୍ଗେଟରେ କଲେଜ ପଢୁଆ ପିଲା । ଲଗାମ ଲଗାଇବାକୁ ସ୍ପେଶାଲ କ୍ରାଇମ ୟୁନିଟର ସ୍ପେଶାଲ ଅପରେସନ ।କଳା ମୁଖା ପିନ୍ଧିଥିବା ଏହି ବ୍ୟକ୍ତି ହେଉଛନ୍ତି ଧଳା ଜହର ମାର୍କେଟର ରିଙ୍ଗ୍ ଲିଡର । ବାବୁଙ୍କ ଘର ଜଳେଶ୍ବରରେ ହୋଇଥିଲେ ହେଁ ସେ ପୂରା ଓଡ଼ିଶାରେ କରୁଥିଲା ବ୍ରାଉନସୁଗାର ଯୋଗାଣ ।
ନିଶା ମାଫିଆଙ୍କୁ ମୂଳଫୋଛ ପାଇଁ ଆକ୍ସନ ମୋଡରେ କମିସନରେଟ୍ ପୋଲିସ । ରାଜଧାନୀରେ ଘାଏଁ ଘାଏଁ ଗଡ଼ୁଥିଲା ପୋଲିସର ଗାଡ଼ି ଆଉ ହେଉଥିଲା ଘନ ଘନ ରେଡ୍ । କଳ୍ପନା ଛକ, ରବି ଟକିଜ୍ ଛକ, ଚିଲି ପୋଖରୀ, ଟଙ୍କପାଣି ରୋଡ଼ ଆଦି ସ୍ଥାନରେ ଧଡ଼ାଧଡ଼ ଚଢ଼ାଉ ପରେ ମିଳିଥିଲା ବିପୁଳ ନିଶା ସାମଗ୍ରୀ । ପୋଲିସକୁ ଚକମା ଦେବା ପାଇଁ ଦୋକାନୀମାନେ ମଶା ଧୂପ ଖୋଳରେ ଏହାକୁ ଲୁଚାଇ ବିକ୍ରି କରୁଥିଲେ । ସ୍ପେଶାଲ କ୍ରାଇମ ୟୁନିଟ୍ ବିଭିନ୍ନ ପାନ ଓ ଷ୍ଟେସନାରୀ ଦୋକାନରେ ଚଢ଼ାଉ କରି ଗଞ୍ଜେଇ ସିଗାରେଟ୍, ଗଞ୍ଜେଇ ପୁଡ଼ିଆ, ଚୁର୍ମା, ଭାଙ୍ଗ ଏବଂ ଗୋଗୋ ପେପର ଜବତ କରି ୩ ଜଣଙ୍କୁ ଗିରଫ କରିଛି ।

