ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଁଓରୁ ଭାଇ ଭଉଣୀଙ୍କ ଅତୁଟ ବନ୍ଧନର ସାକ୍ଷୀ ରକ୍ଷାବନ୍ଧନରେ ଆସିଛି ଏକ ହୃଦୟ ବିଦାରକ ଘଟଣା । ଭଉଣୀ ହାତରୁ ରାଖୀ ବାନ୍ଧିବା ପରେ ଭାଇ ନେଇଛି ଚରମ ନିଷ୍ପତ୍ତି । ଆଉ ଜୀବନ ହାରୁ ହାରୁ ଭଉଣୀକୁ ଇନଷ୍ଟାଗ୍ରାମ ପୋଷ୍ଟରେ କହିଯାଇଛି ଅନେକ କଥା । ଯାହାକି ସମସ୍ତଙ୍କୁ କନ୍ଦାଇ ଦେଇଛି । ରାଖୀ ପୂର୍ଣ୍ଣିମାରେ ନାବାଳକ ଜଣକ କାହିଁକି ଏପରି ନିଷ୍ପତ୍ତି ନେଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
- ଇନଷ୍ଟାଗ୍ରାମରେ ଭାବପ୍ରବଣ ପୋଷ୍ଟ
- କାହିଁକି ଜୀବନ ହାରିଲା ରୋହିତ ?
ପଢନ୍ତୁ ଏହି ଖବର: ଏମିତି ବି ଆସେ ମୃତ୍ୟୁ: ରାକ୍ଷୀ ବାନ୍ଧିବ ବୋଲି ଅଗଣାକୁ ଧାଇଁ ଆସିଲା ଭଉଣୀ: ଧସିଗଲା ମାଟି ପଶିଗଲା ୟାଶି
ଏହି ଘଟଣା ସମସ୍ତଙ୍କୁ କନ୍ଦା ଦେଇଛି । ରକ୍ଷାବନ୍ଧନରେ ଭଉଣୀ ନିଜ ଭାଇକୁ ରାଖୀ ବାନ୍ଧେ ଏବଂ ତାର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରେ । କିନ୍ତୁ ରୋହିତ ଭଉଣୀ ଜାଣି ନଥିଲେ ଯେ ସେ ଶେଷ ଥର ପାଇଁ ତାଙ୍କ ଭାଇ ହାତରେ ରାଖୀ ବାନ୍ଧୁଛନ୍ତି । ସେ ଜାଣି ନଥିଲେ ଯେ ରୋହିତ ଏତେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ରୋହିତ ମୃତ୍ୟୁ ପୂରା ପରିବାରକୁ ମର୍ମାହତ କରିଛି ।
ବି.ଦ୍ର: ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଆତ୍ମହତ୍ୟା କରିବାର ଚିନ୍ତା କରୁଛନ୍ତି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି। ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ଯୋଗାଯୋଗ କରନ୍ତୁ । ଆପଣ ଟେଲିମାନ୍ସ ହେଲ୍ପଲାଇନ୍ ନମ୍ବର 1800914416କୁ ମଧ୍ୟ କଲ୍ କରିପାରିବେ । ଏଠାରେ ଆପଣଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ମନେ ରଖନ୍ତୁ, ଜୀବନ ଅତ୍ୟନ୍ତ ମୂଲ୍ୟବାନ।

