Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରକ୍ତମୁଖା କୁମ୍ଭୀର, ପ୍ରତିଦିନ ଯାହାକୁ ଦେଖୁଛି ଟାଣି ନେଉଛି

ରକ୍ତମୁଖା କୁମ୍ଭୀର, ପ୍ରତିଦିନ ଯାହାକୁ ଦେଖୁଛି ଟାଣି ନେଉଛି

Argus News Odia 2 weeks ago
ରାଜନଗର,୦୫/୦୮: ଅସୁରକ୍ଷିତ ବନବିଭାଗର ଘାଟ l ଲୋକଙ୍କୁ ଆକ୍ରମଣ କରୁଛି ରକ୍ତମୁଖା କୁମ୍ଭୀର । ପ୍ରତିଦିନ ନଦୀ ନାଳ ଘେରା ରାଜନଗର ଓ ପଟ୍ଟାମୁଣ୍ଡାଇ ଲୋକଙ୍କୁ ଡରାଉଛି କୁମ୍ଭୀର l ପ୍ରତେକ ବର୍ଷ କୁମ୍ଭୀର ପାଟିରେ ଯାଉଛି ମୂଲ୍ୟବାନ ଜୀବନ। ନଦୀକୁଳିଆ ଲୋକଙ୍କ ସୁରକ୍ଷା ପାଇଁ ସରକାର ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି l ନଦୀ ନାଳରେ କୁମ୍ଭୀର ଦେଖିଲେ କିମ୍ବା କୁମ୍ଭୀର ଆକ୍ରମଣ କଲେ ଏହି ନମ୍ବର ରେ ସହାୟତା ମିଳିପାରିବ l ଗାଁରେ ପାଣିର ସୁବିଧା ନଥିବାରୁ ନଦୀକୁ ଗାଧୁଆ,ପାଧୁଆ କରିବା ଓ ପାଣି ପାଇଁ ନଦୀକୁ ଯାଉଛନ୍ତି ଗାଁର ଲୋକେ ।
ନଦୀକୁଳିଆ ଗାଁ ମାନଙ୍କରେ ଲୋକଙ୍କ ମୌଳିକ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି ଗାଧୁଆ ଘାଟ। ହେଲେ ବର୍ଷ ବର୍ଷ ଧରି ଏହାର ମରାମତି ହେଉନଥିବାରୁ ଭାଙ୍ଗିରୁଜି ଯାଇଛି ଏହି ଘାଟ। ସୁରକ୍ଷାର ବାଡ଼ ମଧ୍ୟ ଭାଙ୍ଗି ଯାଇଛି। ଫଳରେ ଏହି ଗାଧୁଅ୍ା ଘାଟ ଭିତରକୁ ସହଜରେ ପଶୁଛି କୁମ୍ଭୀର।

ପଢନ୍ତୁ ଏହି ଖବର: କାନ୍ଧରେ କୁମ୍ଭୀରକୁ ବୋହି ସିଧା ପୋଲିସ ଷ୍ଟେସନରେ ପହଞ୍ଚିଲେ ଯୁବକ... ଭାଇରାଲ ହେଲା ଭିଡିଓ

ଗତ କିଛି ଦିନ ତଳେ ରାଜପୁର ପଂଚାୟତର ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ଗାଧଉଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀର ସହ ଦୀର୍ଘ ସମୟ ସଂଘର୍ଷ କରିବା ପରେ ସେ ଫେରି ପାଇଛନ୍ତି ଜୀବନ । କୁମ୍ଭୀର ପାଟିରୁ କ୍ଷମାନିଧିଙ୍କ ଜୀବନ ବଞ୍ଚିଯାଇଥିଲେ ସୁଦ୍ଧା ସେ କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇଥିଲେ। ଏବେ ସେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି। ଦୀର୍ଘ ସମୟ ଧରି ମହିଳା ନିଖୋଜ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୋମବାର ସକାଳେ ମହିଳା ଜଣକ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ପରିବାର ଓ ସ୍ଥାନୀୟ ଲୋକେ ନଦୀ କୂଳକୁ ଖୋଜିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ଚପଲ ଏବଂ ବ୍ରଶ୍‌ ପଡ଼ିରହିଥିବା ଦେଖିବାକୁ ମିଳିଛି, ଯାହା ଆହୁରି ସନ୍ଦେହ ସୃଷ୍ଟି କରୁଛି। ନଦୀକୂଳରେ ମହିଳାଙ୍କ ବ୍ୟବହୃତ ସାମଗ୍ରୀ ପଡ଼ିରହିବା ଏବଂ ସେ ନିଖୋଜ ହୋଇଯିବା ଘଟଣାରୁ ସନ୍ଦେହ କରାଯାଉଛି ଯେ, କୁମ୍ଭୀର ପାଣି ଭିତରୁ ଆସି ତାଙ୍କୁ ଟାଣି ନେଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia