Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୌମ୍ୟ ହତ୍ୟା: ମିଛ ଧରା ପରୀକ୍ଷାରେ ଗଙ୍ଗୱାରଙ୍କ ଲିଙ୍କ୍ ଖୋଜିଲା କ୍ରାଇମବ୍ରାଞ୍ଚ

ସୌମ୍ୟ ହତ୍ୟା: ମିଛ ଧରା ପରୀକ୍ଷାରେ ଗଙ୍ଗୱାରଙ୍କ ଲିଙ୍କ୍ ଖୋଜିଲା କ୍ରାଇମବ୍ରାଞ୍ଚ

Argus News Odia 1 week ago
ଭୁବନେଶ୍ବର,୦୪/୦୭: ମିଛ ଧରା ପରୀକ୍ଷା ବେଳେ ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ଲିଙ୍କ ଖୋଜିଥିଲା କ୍ରାଇମବ୍ରାଞ୍ଚ । ପ୍ରଶ୍ନ ବେଳେ ବାରମ୍ବାର ପାଣି ମାଗିଥିଲା ଓମ । ବହୁ ଚର୍ଚ୍ଚତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ମୃତ ସୌମ୍ୟଙ୍କ ସାଙ୍ଗ ଓମଙ୍କର ହୋଇଛି ଲାଏ ଡିଟେକ୍ସନ ଟେଷ୍ଟ ବା ମିଛ ଧରା ପରୀକ୍ଷା ।
ଲାଏ ଡିଟେକ୍ସନ ଟେଷ୍ଟ ବେଳେ ଅଧିକାଂଶ ପ୍ରଶ୍ନର ଉତ୍ତରରେ ଓମ ମିଛ କହିଥିବା ପ୍ରାଥମିକ ସୂଚନାରୁ ଜଣା ପଡିଛି । ବିଶେଷ କରି ସୌମ୍ୟ ହତ୍ୟାକାଣ୍ଡରେ ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ଭୂମିକା ନେଇ ପ୍ରଶ୍ନ କରାଯାଇଛି ।

ତଦନ୍ତକରି ଅଧିକାରୀଙ୍କ ସୂଚନା ଅନୁସାରେ, IPS ଲିଙ୍କ ନେଇ ଅଧିକାଂଶ ଉତ୍ତର ଦେବାବେଳେ ସୌମ୍ୟ ନର୍ଭସ ଇଯାଉଥିଲା । ଉତ୍ତର ଦେବାବେଳେ ଓମର ପାଟି ଖନି ବାଜୁଥିଲା । ବାରମ୍ବାର ପାଣି ମାଗୁଥିଲେ ଓମ୍ । ଆଉ ଏସବୁ ଲକ୍ଷଣରୁ ଓମ ମିଛ କହୁଥିଲେ ବୋଲି ଜଣା ପଡିଛି । ବିଶେଷ କରି ସତ୍ୟବିହାର ଜିମରେ କେବେଠୁ ଓମ ଯାଉଥିଲେ । ସେ ଜିମରୁ କାହିଁକି ତାଙ୍କୁ ସୌମ୍ୟ ବାହାର କରିଦେଲେ । ଜିମରେ IPSଙ୍କ ସହ କେତେଥର ଦେଖା ହୋଇଛନ୍ତି । ସୌମ୍ୟଙ୍କୁ ହତ୍ୟା ପଛରେ IPSଙ୍କ ଲିଙ୍କ କଣ ରହିଛି । ଏସବୁ ପ୍ରଶ୍ନ ର ଉତ୍ତର ଖୋଜିଥିଲା କ୍ରାଇମବ୍ରାଞ୍ଚ ।

ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଶୁକ୍ରବାର ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସାଙ୍ଗ ଓମ୍‌ ପ୍ରକାଶଙ୍କର ପଲିଗ୍ରାଫ୍‌ ଟେଷ୍ଟ (ମିଛ ଧରା ପରୀକ୍ଷା) କରିଛି । ଘଟଣା ଦିନ କ'ଣ ଘଟିଥିଲା ସେ ବିଷୟରେ ପ୍ରକୃତ ସତ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଏହି ଟେଷ୍ଟ କରାଇଛି । ସେଦିନ ସୌମ୍ୟଙ୍କ ସହ ଯାହା ଘଟିଥିଲା ସେ ବିଷୟରେ ଅଧିକ ତଥ୍ୟ ଓମ୍‌ ପାଖରେ ଥିଲା । କାରଣ ଘଟଣାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ କେବଳ ସୌମ୍ୟଙ୍କ ପାଖରେ ଥିଲା।

ପଢନ୍ତୁ ଏହି ଖବର: ୫୫ ଦିନ ପରେ ଲାଏ ଡିଟେକସନ୍ ଟେଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ପୁର୍ବରୁ ଓମ୍ ପୋଲିସ ଓ କ୍ରାଇମ୍‌ବ୍ରାଞ୍ଚକୁ ଓମ୍‌ ଅନେକ ତଥ୍ୟ ଦେଇଛନ୍ତି । ସେ କ୍ରାଇମ୍‌ବ୍ରାଞ୍ଚକୁ କହିଥିଲେ, ସୌମ୍ୟ ଓ ସେ ଗୋଟିଏ ବାଇକ୍‌ରେ ଓଲଟପୁରସ୍ଥିତ ମଉଜପୁରରୁ ଭୁବନେଶ୍ୱର ସତ୍ୟବିହାର ଜିମ୍‌କୁ ଆସୁଥିଲେ । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ପାର ହେବା ପରେ ମନିପର୍ସ ଘରେ ଛାଡ଼ିଆସିଛି ବୋଲି ସୌମ୍ୟ କହିଥିଲେ । ଓମ୍‌ ଗାଡ଼ି ବୁଲାଇ ଘର ମୁହାଁ ହୋଇଥିଲା । ଏହି ସମୟରେ ହଠାତ୍‌ ସୌମ୍ୟଙ୍କୁ ବାତ ମାରିଥିଲା । ସେ ବାତ ମାରିବା ଭଳି ହେବା ସହ ଅସ୍ୱାଭାବିକ ଆଚରଣ ଦେଖାଇଲେ । ଓମ୍‌ଙ୍କ ବେକକୁ ସୌମ୍ୟ ଜୋର୍‌ରେ ଧରି ପକାଇଥିଲେ । ଓମ୍‌ ବାଇକ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହି ସମୟରେ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କ ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା । ସମସ୍ତେ ତଳେ ପଡ଼ି ଯାଇଥିଲେ । ଦୁର୍ଘଟଣାକୁ ନେଇ ସାମନ୍ୟ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସୌମ୍ୟ ଆହୁରି ବିଚଳିତ ହୋଇ ଏକଦମ୍‌ ଅସ୍ୱାଭାବିକ ଆଚରଣ ଦେଖାଇବାକୁ ଲାଗିଲେ । ଜଣେ ଯୁବତୀଙ୍କ ସହ ଓମ୍‌ଙ୍କୁ ବି ହଠାତ୍‌ ମାଡ଼ ମାରିଥିଲେ ସୌମ୍ୟ । ତା'ପରେ ପାଗଳଙ୍କ ଭଳି ପାଖ ବିଲ ଆଡ଼କୁ ଧାଇଁବା ସହ ଚିତ୍କାର କରୁଥିଲେ । ସେହି ସମୟରେ ବାଟରେ ଯାଉଥିବା ଲୋକେ ରୁଣ୍ଡ ହୋଇଥିଲେ । ଯୁବତୀଙ୍କ କଥା ଶୁଣି ସେମାନେ ସୌମ୍ୟଙ୍କୁ ଧରିବାକୁ ଗୋଡ଼ାଇଲେ ।

ଚାହୁଁ ଚାହୁଁ ଡକାଡ଼କି ହୋଇ ଲୋକମାନେ ମାଡି ଆସିଲେ । ସୌମ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିସ୍ତୁକ ପିଟି ପିଟି ମାରିଦେଲେ। ହେଲେ ସୌମ୍ୟଙ୍କ ପରିବାର ଲୋକ ଓମ୍‌ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ତେବେ ଓମ୍‌ଙ୍କ କଥାରେ କେତେ ସତ ରହିଛି ତାହା ଜାଣିବା ପାଇଁ ଗତ ସପ୍ତାହରେ କ୍ରାଇମ୍‌ବ୍ରାଞ୍ଚ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି ପରେ ଓମ୍‌ ଙ୍କର ରସୁଲଗଡ଼ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ରେ ପଲିଗ୍ରାଫ୍‌ ଟେଷ୍ଟ କରାଯାଇଥିଲା । ପୁଲିସ୍‌ ପକ୍ଷରୁ ୩୦ରୁ ଅଧିକ ପ୍ରଶ୍ନ ତିଆରି କରାଯାଇଥିଲା । ଦୁଇ ଜଣ ଡାକ୍ତର ଓ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ପୂର୍ବରୁ ପୁଲିସ୍‌ ଦେଇଥିବା ତଥ୍ୟ ଓ ପଲିଗ୍ରାଫ୍‌ ଟେଷ୍ଟ ତଥ୍ୟ କେତେ ସତ ତାକୁ ତର୍ଜମା କରାଯିବ । ଯଦି କିଛି ଫରକ ଥିବ ତା'ହେଲେ ଓମ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ କହିଛନ୍ତି । ସେପଟେ ସୌମ୍ୟଙ୍କ ପରିବାର ଲୋକ କହିଛନ୍ତି, ଦୁଇ ଜଣ ଯୁବତୀଙ୍କ ମଧ୍ୟ ପଲିଗ୍ରାଫ୍‌ ଟେଷ୍ଟ୍‌ କରାଯାଉ । ସେମାନେ ଆମ ପୁଅ ନାଁରେ ଆଣିଥିବା ମିଥ୍ୟା ଅଭିଯୋଗ ପ୍ରମାଣ ହୋଇଯିବ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia