Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶେଷରେ ଅଳିଆବୁହା ଗାଡ଼ିକୁ ବି ଛାଡ଼ିଲେନି, କ୍ୟାମେରାରେ କଏଦ ଚୋରଙ୍କ କାରନାମା

ଶେଷରେ ଅଳିଆବୁହା ଗାଡ଼ିକୁ ବି ଛାଡ଼ିଲେନି, କ୍ୟାମେରାରେ କଏଦ ଚୋରଙ୍କ କାରନାମା

Argus News Odia 1 week ago
ଭୋପାଳ: ଯିଏ ଶୁଣୁଛି ସେ ହସିବ କି ଆଶ୍ଚର୍ଯ୍ୟ ହେବ ଜାଣିପାରୁନି । କାରଣ ଘଟଣାଟା କିଛି ଏମିତି । ଶେଷରେ ଚୋରମାନଙ୍କ କବଳରୁ ଅଳିଆବୁହା ଗାଡ଼ି ବି ବର୍ତ୍ତିପାରିନି । ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ିକୁ ଶେଷରେ ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଏହି କାରନାମାର ଭିଡିଓ ମଧ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ମଧ୍ୟପ୍ରଦେଶ ଶିବପୁରୀରେ ଏହି ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି ।

କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ ୫୦୦ ବର୍ଷ ପୁରାତନ ସିନ୍ଧିଆରାଜ ଘରର ଐତିହାସିକ ତୋପ ଚୋରି ହୋଇଥିଲା । ଏବେ କୋଲାରସ ପୌର ପରିଷଦ ସରକାରୀ କାର୍ଯ୍ୟାଳୟରେ ପାଖରେ ପାର୍କ୍ ହୋଇଥିବା ଗାଡ଼ିକୁ ଚୋରମାନେ ଚୋରି କରିନେଇଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଚୋରି କରିବାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ତଥାପି ଏଯାବତ୍ ଚୋରି ହୋଇଯାଇଥିବା ଅଳିଆବୁହା ଗାଡ଼ି କିମ୍ବା ଚୋରଙ୍କ ପତ୍ତା ଲାଗିପାରିନାହିଁ ।

  • କଣ ପୂରା ଘଟଣା ?
କୋଲାରସ ପୌର ପରିଷଦ ଅଞ୍ଚଳରୁ ଅଗଷ୍ଟ ୩୧ ତାରିଖରେ ୯.୩୦ଟାରେ କିଛି ଅଜଣା ଚୋର ଆସି ଅଳିଆବୁହା ଗାଡ଼ି (MP33 L 2598)କୁ ଉଠାଇ ନେଇଥିଲେ । ଏହି ଗାଡ଼ି ଉକ୍ତ ଅଞ୍ଚଳରେ ପ୍ରତିଦିନ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରେ । ଗାଡ଼ି ଚୋରି ହୋଇଥିବା ଜାଣିବା ପରେ ପୌର ପରିଷଦର କର୍ମଚାରୀମାନେ ଖୋଜିବା ଆରମ୍ଭ କରିଥିଲେ । ହେଲେ ସେତେବେଳକୁ ଚୋରମାନେ ବହୁ ଆଗକୁ ଚାଲିଯାଇଥିଲେ । ଖୋଜାଖୋଜି ଚାଲିଥିବାବେଳେ ଚୋରି ହେବାର ପ୍ରାୟ ୧୦ ମିନିଟ୍ ପରେ ଗାଡ଼ିଟି ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା ।

ପଢନ୍ତୁ ଏହି ଖବର: ରାତାରାତି ଉଠାଇନେଲେ ୪୦ ଟନ୍ ଆଖୁ; ୨ ସଦିଗ୍ଧ ଗିରଫ

ଏହାପରେ ରାତି ପ୍ରାୟ ୧୦ଟାରେ ଏହି ଅଳିଆବୁହା ଗାଡ଼ି ପୁରନଖେଡି ଟୋଲ୍ ପ୍ଲାଜା ନିକଟରେ ଦେଖିବାକୁ ମିଳିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଚୋରମାନେ ଗାଡ଼ିଟିକୁ ଉକ୍ତ ଅଞ୍ଚଳର ବାହାରକୁ ନେଇଯିବାକୁ ଯୋଜନା ରଖିଥିଲେ । ପୁରନଖେଡି ଟୋଲ୍ ପ୍ଲାଜା ନିକଟରେ ଅଳିଆ ଗାଡି ଓ ଡ୍ରାଇଭରଙ୍କୁ ସ୍ପଷ୍ଟ ଭାବେ କ୍ୟାମେରାରେ ଦେଖାଯାଇଥିଲା । ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ପୋଲିସ କହିଛି ଯେ ଏହି ଚୋରଗୋଷ୍ଠୀ ପୂର୍ବରୁ ଗାଡ଼ି ସମ୍ପର୍କରେ ତଥ୍ୟ ରଖିଥିଲେ ଓ ସୁଚିନ୍ତିତ ଢଙ୍ଗରେ ଏହାକୁ ଚୋରି କରିଛନ୍ତି ।

  • ତଦନ୍ତ ଜାରି ରଖିଛି ପୋଲିସ
ଏହି ଘଟଣା ପରେ, ମୁଖ୍ୟ ପୌର ଅଧିକାରୀ (CMO) କୋଲାରସ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଗାଡ଼ିର ଶୀଘ୍ର ଉଦ୍ଧାର ପାଇଁ ଦାବି କରିଛନ୍ତି । ପୌର ପରିଷଦ ପ୍ରଶାସନ କହିଛି ଯେ ଏହା କେବଳ ଗାଡ଼ି ଚୋରି ମାମଲା ନୁହେଁ, ବରଂ ସରକାରୀ ସମ୍ପତ୍ତିର ସୁରକ୍ଷା ସହିତ ଜଡିତ ଏକ ଗମ୍ଭୀର ମାମଲା । ସେପଟେ ପୋଲିସ ସିସିଟିଭି ଫୁଟେଜରୁ ସନ୍ଦିଗ୍ଧ ବ୍ୟକ୍ତିର ପରିଚୟ ଖୋଜୁଛି । ଖୁବଶୀଘ୍ର ଗାଡ଼ିକୁ ଜବତ କରାଯିବ ବୋଲି କହିଛି ପୋଲିସ ।
Dailyhunt
Disclaimer: This content has not been generated, created or edited by Dailyhunt. Publisher: Argus News Odia