Gatwick Airport UFO Sighting 2026: ସଦ୍ୟ ଲଣ୍ଡନ ସ୍ଥିତ ଗ୍ୟାଟୱିକ୍ ବିମାନବନ୍ଦର ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଲଣ୍ଡନରେ ଏକ ବାଣିଜ୍ୟିକ ବିମାନ ସାମ୍ନାରେ ହଠାତ୍ ଅଜ୍ଞାତ ଉଡ଼ନ୍ତା ବସ୍ତୁ (UFO) ଭଳି ଅନ୍ୟ ଏକ ରହସ୍ୟମୟ ବସ୍ତୁ ନଜର ଆସିଥିଲା। ଉଡ଼ାଣ ବେଳେ ଏପରି ରହସ୍ୟମୟ ବସ୍ତୁ (Unknown Flying Object) ଦେଖିବା ପରେ ପାଇଲଟ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଆକାଶରେ ନଜର ଆସିଲା ରହସ୍ୟମୟ ବସ୍ତୁ
Metro ରିପୋର୍ଟ ଅନୁଯାୟୀ, ଏକ ଏୟାରବସ୍ A319 ବିମାନର ପାଇଲଟ୍ ଅବତରଣ ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ସେତେବେଳେ ସେ ତାଙ୍କ କକପିଟ୍ ଝରକା ପାଖରେ ଏକ ଗୋଲ ଆକାରର ବସ୍ତୁ ଉଡ଼ୁଥିବାର ଦେଖିୂବାକୁ ପାଇଥିଲେ। ଏହି ବସ୍ତୁ ସିଧା ବିମାନର ଡାହାଣ ପଚ ଡେଣା ଆଡ଼କୁ ମାଡ଼ି ଯାଉଥିଲା। ପାଇଲଟ୍ ଏହାକୁ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଏକ ଉଡ଼ନ୍ତା ପାତ୍ର ପରି ଦେଖାଯାଉଥିଲା। ଯେତେବେଳେ ଏହି ଗୋଲ ଆକାରର ବସ୍ତୁକୁ ପାଇଲଟ୍ ଆକାଶରେ ଦେଖିଥିଲେ, ସେତେବେଳେ ବିମାନ ସସେକ୍ସର ହେଙ୍ଗକ୍ରସ୍ ଗ୍ରାମ ଉପରେ ଉଡ଼ାଣ ଭରୁଥିଲା।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଏୟାର କାନାଡ଼ା ପାଇଲଟ୍; ଅବସର ବେଳେ ଧରାପଡ଼ିଲା କାରନାମା
ମାତ୍ର ୧୦୦ ଫୁଟ ଦୂରରୁ ଟଳିଗଲା ବିପଦ
ଏୟାରବସ୍ A319 ବିମାନର ପାଇଲଟ୍ ଙ୍କ କହିବା ଅନୁସାରେ, ଗୋଲ ଆକାରର ଏହି ରହସ୍ୟମୟ ବସ୍ତୁ ବିମାନ ଠାରୁ ମାତ୍ର ୧୦୦ ରୁ ୩୦୦ ଫୁଟ ଦୂରରେ ରହିଥିଲା। ବିମାନ ଏବଂ ସେହି ବସ୍ତୁ ଉଭୟ ସମାନ ଉଚ୍ଚତାରେ ରହିଥିଲେ। ସୌଭାଗ୍ୟବଶତଃ, ସେହି ସମୟରେ ବିମାନ ବାମ ପଟକୁ ମୋଡ଼ି ହେଉଥିଲା। ଏହି କାରଣରୁ ସେହି ଅଜଣା ବସ୍ତା ସହ ବିମାନର ଧକ୍କା ହୋଇନଥିଲା। ଯାହା ଫଲରେ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇ ଦିଆ ଯାଇଥିଲା। ପାଇଲଟ୍ଙ୍କୁ ଜରୁରୀକାଳୀନ ସ୍ଥିତି ବିମାନକୁ ମୋଡ଼ ଦେବାକୁ ପଡ଼ିନଥିଲା। ଯଦି ବିମାନ କେବଳ ସିଧା ଉଡାଣ ଭରିବା ଜାରି ରଖିଥାନ୍ତା,ତାହେଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା।
ତଦନ୍ତରୁ କ'ଣ ଜଣାପଡ଼ିଲା
ଏହି ସମ୍ପୂର୍ଣ୍ଣ ଘଟଣାକ୍ରମର ତଦନ୍ତ ୟୁକେ ଏୟାରପ୍ରକ୍ସ ବୋର୍ଡ (UK Airprox Board) ଦ୍ୱାରା କରାଯାଇଥିଲା। ଏହି ସଂସ୍ଥା ଆକାଶରେ ଉଡ଼ାଣ ଭରିବା ସମୟରେ ବିମାନ ପାଖରେ ହେଉଥିବା ଦୁର୍ଘଟଣାର ତଦନ୍ତ କରିଥାଏ। ଏହାର ରିପୋର୍ଟରେ, ବୋର୍ଡ କହିଛି ଯେ ପାଇଲଟ୍, ଏହି ରହସ୍ୟମୟ ଗୋଲକାରା ବସ୍ତୁର ଧାରରେ କଳା ଦାଗ ଦେଖିଛନ୍ତି। ପ୍ରାରମ୍ଭରେ ଏହା ଏକ ଡ୍ରୋନ୍ ହୋଇପାରେ ବୋଲି ସନ୍ଦେହ କରାଯାଉଥିଲା। ହେଲେ ତଥାପି, ବୋର୍ଡ ସ୍ପଷ୍ଟ କରିଛି ଯେ ଏହି ବସ୍ତୁକୁ ସଠିକ୍ ଭାବରେ ଚିହ୍ନଟ କରିବା ବର୍ତ୍ତମାନ ପ୍ରାୟତଃ ଅସମ୍ଭବ।

