Thursday, 21 Jan, 8.02 pm BBSR Reporters

Posts
କରୋନା ଟିକା ପ୍ରସ୍ତୁତ ଚାଲିଥିବା ସମୟରେ ସିରମ ଇନ୍‌ଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡରେ ହୋଇନି କୌଣସି ଟିକାର କ୍ଷୟକ୍ଷତି । ୫ ମୃତ,୪ ଉଦ୍ଧାର ।

 

 Bbsr reporters

 
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେସ୍ଥିତ ଦେଶରେ କରୋନା ଟିକା ପ୍ରସ୍ତୁତ ଚାଲିଥିବା ସମୟରେ ସିରମ ଇନ୍‌ଷ୍ଟିଚ୍ୟୁଟର ଟର୍ମିନାଲ-୧ରେ ଗୁରୁବାର ଦିନ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ନିଆଁ ଆୟତକୁ ଆସିବା ପରେ ମିଳିଛି ୫ ଜଣଙ୍କ ମର ଶରୀର । ଏ ନେଇ ପୁଣେ ମେୟର ମୁର୍ଲିଧର ମୋହୋଲ କହିଛନ୍ତି।

 

 

ମୃତକମାନେ ନିର୍ମାଣଧୀନ କୋଠାରେ କାମ କରୁଥବା ଆକଳନ କରାଯାଉଛି । ହେଲେ ଏପର୍ଯ୍ୟନ୍ତ ଅଗ୍ନକାଣ୍ଡ ପଛର କାରଣ ଜଣାପଡ଼ି ନାହିଁ । ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଟିକାର କ୍ଷୟକ୍ଷତି ହୋଇ ନ ଥିବା ସିରମ ଇନ୍‌ଷ୍ଟିଚ୍ୟୁ ପକ୍ଷରୁ କୁହାଯାଇଛି ।

 

Edit by : ସିଲୁ ବେହେରା

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: BBSR Reporters
Top