ନୂଆଦିଲ୍ଲୀ,୨୯।୭: ଟୁଇଟର ଯୋଗୁ ସୋସିଆଲ୍ ମିଡ଼ିଆରେ ସମଗ୍ର ବିଶ୍ୱର ଲୋକ ଏକାଠି ହୋଇପାରିଛନ୍ତି। ଏହା କେବଳ ଧାରଣା ଆଦାନ ପ୍ରଦାନ ପାଇଁ ଏକ ପ୍ଲାଟଫର୍ମ ହୋଇନାହିଁ ବରଂ ବାସ୍ତବ ସମୟରେ ସୂଚନା ପ୍ରସାରଣ କରିବା କ୍ଷେତ୍ରରେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ୱ ଟୁଇଟରରେ ନିଜ ନିଜର ବାର୍ତ୍ତା ଦେଇଥାନ୍ତି। ଏହି କାରଣରୁ ଲୋକମାନେ ସରକାରୀ ସୂଚନା ପାଇଁ ଟୁଇଟରରେ ବଡ ବଡ ପଦାଧିକାରୀ ବ୍ୟକ୍ତିତ୍ୱଙ୍କୁ ଫଲୋ କରିଥାନ୍ତି। ମୋଦି କେବଳ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଟୁଇଟରରେ ତାଙ୍କର ସର୍ବାଧିକ ପ୍ରଶଂସକ ମଧ୍ୟ ଅଛନ୍ତି। ଟୁଇଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର୍ସ ସର୍ବାଧିକ ରହିଛନ୍ତି। ତାଲିକାରେ ପ୍ରଧାନମନ୍ତ୍ରୀଙ୍କ ନାମ ପ୍ରଥମ ସ୍ଥାନରେ ରହିଛି। ଦେଶ ତଥା ବିଦେଶର ୭ କୋଟି ଲୋକ ଟୁଇଟରରେ ମୋଦିଙ୍କୁ ଫଲୋ କରୁଛନ୍ତି।