Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନଶୁଣାଣିରେ ଗଞ୍ଜାମ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଏସ.ପି ଡି.

ଶ୍ରବଣା ବିବେକ ଏମ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ମଞ୍ଚାସିନ ଥିଲେ।
ସହରରେ ଟ୍ରାଫିକ ସମସ୍ୟା,ଧାନ ମଣ୍ଡିରେ ଚାଷୀ ପଞ୍ଜିକରଣ ସମସ୍ୟା,ବିଭିନ୍ନ ବିଦ୍ୟାଳୟର ପରିଚାଳନାଗତ ସମସ୍ୟା ସମେତ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ବାଇଁ ହତ୍ୟା ମାମଲା ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବା ସମେତ ଦିଗପହଣ୍ଡି ବ୍ଳକ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୧୩୭ ଜଣ ସେମାନଙ୍କ ବ୍ୟକ୍ତିଗତ ଏବଂ ଗ୍ରାମର ସାମୂହିକ ସମସ୍ୟା ପୋଲିସ ପ୍ରଶାସନିକ ଅଧିକାରୀ ବୃନ୍ଦ ଶୁଣିବା ପରେ ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡକ୍ରସ ପାଣ୍ଠିରୁ ୭ ଜଣ ଙ୍କୁ ୪୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଥିଲା।
ଚିକିଟି ଏସଡିପିଓ ବିଶାମିତ୍ର ହରପାଲ, ଏବିଡିଓ ଉମେଶ ଚନ୍ଦ୍ର ସେଠୀ, ଜିପିଓ ରୋଜାଲିନ ଦଳାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ଶତପଥୀ, ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ସମେତ ଗଞ୍ଜାମ ଜିଲା ଏବଂ ଦିଗପହଣ୍ଡି ବ୍ଳକ, ତହସିଲ ଅଧିନରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ବୃନ୍ଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ। ବ୍ଳକ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri