Dailyhunt
୨୦୧୬ରୁ ରାଶନ ଚାଉଳରୁ ବଞ୍ଚିତ ଘନଶ୍ୟାମ, ଧାମନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ...

୨୦୧୬ରୁ ରାଶନ ଚାଉଳରୁ ବଞ୍ଚିତ ଘନଶ୍ୟାମ, ଧାମନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ...

ଧାମନଗର,୩୦।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତ ତୋରବନ୍ତିଆ ଗ୍ରାମର ଘନଶ୍ୟାମ ଖଟୁଆ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ରାଶନ ସାମଗ୍ରୀରୁ ବଞ୍ଚିତ ରହିଛନ୍ତି । ଏନେଇ ବାରମ୍ବାର ବିଡ଼ିଓ , ଯୋଗାଣ ନିରୀକ୍ଷକ ଆଦି ବିଭିନ୍ନ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।ଶେଷରେ ବାଧ୍ୟ ହୋଇ ଗୁରୁବାର ଧାମନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ବସିଛନ୍ତି।

ଖବର ପାଇ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଆଶୋକ ପୁହାଣ, ବିଡ଼ିଓ ବନବିହାରୀ ଦୀନ୍ଦା ପ୍ରମୁଖ ଅନଶନରେ ବସିଥିବା ଘନଶ୍ୟାମଙ୍କୁ ୧୦ ଦିନ ସମୟ ମଧ୍ୟରେ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ । ହେଲେ ମୋର ରାଶନ ସମସ୍ୟା ତୁରନ୍ତ ସମାଧାନ ନହେଲା ପର୍ଯ୍ୟନ୍ତ ଅନଶନରୁ ଉଠିବି ନାହିଁ ବୋଲି ଘନଶ୍ୟାମ କହିଛନ୍ତି ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri