Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା

୨୦୧୯ରେ ୫୬ ଖବରଦାତାଙ୍କୁ ହତ୍ୟା

ଜାତିସଂଘ,୨୨।୧(ଆଇଏଏନ୍‌ଏସ୍‌): ୨୦୧୯ରେ ବିଶ୍ୱର ୫୬ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଅଧିକାଂଶ ବିବାଦୀୟ ଅଞ୍ଚଳ ବାହାରେ ପ୍ରାଣ ହରାଇଥିବା ଜାତିସଂଘ ରିପୋର୍ଟରେ ଦର୍ଶାଯାଇଛି। ୨୦୧୮ ତୁଳନାରେ ଏହା ପ୍ରାୟ ଅଧା କମିଥିବା ଜାତିସଂଘ ମହାସଚିବ ଆଣ୍ଟୋନିିଓ ଗୁଟେରେସ୍‌ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ତଥ୍ୟ 'ୟୁନେସ୍କୋ ଅବ୍‌ଜରଭେଟୋରି ଅଫ୍‌ କିଲ୍ଡ ଜର୍ନାଲିଷ୍ଟ' ପୁସ୍ତକରେ ରହିଛି। ୨୦୧୦ରୁ ୨୦୧୯ ମଧ୍ୟରେ ମୋଟ ୮୯୪ ଖବରଦାତାଙ୍କୁ ହତ୍ୟା କରାଯାଇଥିବା ୟୁନେସ୍କୋ ଦର୍ଶାଇଛି। ବର୍ଷକୁ ହାରାହାରି ୯୦ ଖବରଦାତାଙ୍କୁ ହତ୍ୟା କରାଯାଇଥିବା ଏଥିରୁ ସ୍ପଷ୍ଟ ଅନୁମେୟ। ଲାଟିନ୍‌ ଆମେରିକା, କାରିବିୟାନରେ ସର୍ବାଧିକ ଖବରଦାତାଙ୍କ ପ୍ରାଣ ଯାଇଛି। ରାଜନୀତି, ଦୁର୍ନୀତି, ଅପରାଧ ସମ୍ପର୍କରେ ରିପୋର୍ଟିଂ କଲାବେଳେ ଖବରଦାତାଙ୍କୁ ଟାର୍ଗେଟ କରାଯାଉଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri