Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶିବକୁମାର ଲୋକ ଭବନରେ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି।

ତାଙ୍କ ସହ ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଓ ବରିଷ୍ଠ ନେତାମାନେ ଯାଇଥିଲେ। ଲୋକ ଭବନର ଗ୍ଲାସ୍‌ ହାଉସ୍‌ରେ ୩ ତାରିଖରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ବିଧାନ ସୌଧରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ସିଦ୍ଦାରାମାୟା ନୂଆ ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଦେଇଥିବାବେଳେ ଜି. ପରମେଶ୍ୱର ଏହାକୁ ସମର୍ଥନ କରିଥିଲେ। ଶିବକୁମାରଙ୍କୁ ସର୍ବସମ୍ମତକ୍ରମେ ନେତା ନିର୍ବାଚିତ କରାଯାଇଥିଲା।

ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏବଂ ରଣଦୀପ୍‌ ସିଂ ସୂର୍ଯଓ୍ବୋଲା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ସିଦ୍ଦାରାମାୟାଙ୍କ ସରକାରରେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ରହିଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକ୍ରମେ ଗୁରୁବାର ସିଦ୍ଦାରାମାୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳ ଗେହଲଟ୍‌ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ମନ୍ତ୍ରିମଣ୍ଡଳ ଭଙ୍ଗ କରିଥିଲେ।

୩ରେ ନେବେ ଶପଥ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri