Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଏବଂ ଚାଷୀଙ୍କ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ସମବାୟ ବିଭାଗ ଉପ ନିବନ୍ଧକ ମୋନିକା ରାୟ, ଉପଜିଲାପାଳ ତଥା ଆଞ୍ଚଳିକ ନିୟନ୍ତ୍ରିତ ବଜାର କମିଟର ସଭାପତି ଯଦୁମଣି ନାୟକ ଏବଂ ବଜାର କମିଟି ଉପାଧ୍ୟକ୍ଷ ବାଲା ରାୟଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା।

ଏହି ପ୍ରଶିକ୍ଷଣ ଓ ସଚେତନତା ଶିବିରକୁ ଜୟପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ତୁଷାର କାନ୍ତ ସେଠୀ ପରିଚାଳନା କରିଥିଲେ।

ଏହି ଅବସରରେ ଜୟପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳର ସମସ୍ତ ଚାଷୀ ଏବଂ ସମସ୍ତ କମିଟିର ନିର୍ଦ୍ଦେଶକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ସରକାର ଧାନର ସର୍ବନିମ୍ନ ମୂଲ୍ୟ ୨୩ ଶହ ଟଙ୍କା ଧାର୍ଯ୍ୟ କରିଛନ୍ତି ଏବଂ ବୋନସ ୮ ଶହ ଟଙ୍କା ଦେବା ପାଇଁ ନିଷ୍ପତି ନେଇଛନ୍ତି।

ଚାଷୀମାନଙ୍କ ଅମଳ ଧାନର ଉଚିତ ମୂଲ୍ୟ ପାଇବେ ଏବଂ ସଠିକ ଭାବେ ଧାନର ମାନ ଯାଞ୍ଚ କରାଯାଇ କ୍ରୟ କରାଯିବା ନେଇ ଜୟପୁର ନିୟନ୍ତ୍ରିତ କମିଟି ଏବଂ ଯୋଗାଣ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉଚିତ ମାନର ଧାନ ଚାଷୀ ଆଣିବେ ଏବଂ ମଣ୍ଡିରେ ଠିକ ଢଙ୍ଗରେ ପହଞ୍ଚାଇବେ ଯାହା ଫଳରେ ଧାନର ମୂଲ୍ୟ ସର୍ବନିମ୍ନ ଯାହା ରହିଛି ତାଙ୍କର ପ୍ରାପ୍ୟ ଠିକ୍‌ ପାଇବେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟିର ନିର୍ଦ୍ଦେଶକ ଦେବେନ୍ଦ୍ର ବାହିନୀପତି, କୃଷ୍ଣଚନ୍ଦ୍ର ନେପାକ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଶଙ୍କର ସେନ ଭୋଇ, ସହକାରୀ ଯୋଗାଣ ଅଧିକାରୀ ଏନ୍‌ ଲକ୍ଷ୍ମଣ ରାଓ ଏବଂ ଚାଷୀମାନେ ଉପସ୍ଥିତ ଥିଲେ। ଏହିପରି କ୍ରୟକାରୀ ସଂସ୍ଥା ଭାବେ ଲ୍ୟାମ୍ପ ଏବଂ ପାଣିପଞ୍ଚାୟତର କର୍ମଚାରୀ ଏବଂ ନିୟନ୍ତ୍ରିତ ବଜାର କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri