Dailyhunt
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ ଚଳିତ ମାସ ଗତ ଏପ୍ରିଲ ୧ରେ ଏକ ଖବର 'ଧରିତ୍ରୀ' ଏବଂ 'ଓଡିଶା ପୋଷ୍ଟ'ରେ ପ୍ରକାଶିତ ହୋଇଥିଲା।ଖବର ପ୍ରକାଶର ପରଦିନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଏକ ଅର୍ଡର ପ୍ରକାଶ କରିଛନ୍ତି।

ଏଥିରେ ଅର୍ଡର ନଂ ୬୧୧/୯ ମାର୍ଚ୍ଚ ୨୦୨୬ ବୋଲି ଉଲ୍ଲେଖ ଥିବା ବେଳେ ୨୧ ଦିନ ପରେ ଅର୍ଥାତ ଚଳିତ ମାସ ଏପ୍ରିଲ ୨ରେ ମେଲ ଜରିଆରେ ଅଭିଯୋଗକାରୀଙ୍କୁ ପ୍ରେରଣ କରିଛନ୍ତି। ଅର୍ଡରରେ ଅଭିଯୋଗକାରୀଙ୍କୁ ଚାକିରୀରୁ ବିଦା କରାଯାଇ ନ ଥିବା ଏବଂ ବର୍ଦ୍ଧିତ ଦରମା ପାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଅନୁସାରେ ଆବେଦନ କରିବାକୁ ହେବ ବୋଲି ଉଲ୍ଲେଖ ରହିଛି ।
ସୂଚନା ଯୋଗ୍ୟ, ବର୍ଦ୍ଧିତ ଦରମା ମାଗିବାରୁ ଡିଏମଏଫ ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ବେନିୟମ ଏବଂ ମୌଖିକ ଭାବେ ଚାକିରୀରୁ ବିଦା କରି ଦେଇଥିଲେ ।ଏ ନେଇ ହାଇକୋର୍ଟଙ୍କ ଠାରେ ଏକ ମାମଲା( ଡବ୍ଲ୍ୟୁପିସି ନଂ -୩୫୧୭୭/୨୦୨୫) ଦାୟର ହୋଇଥିଲା l ୪ ସପ୍ତାହ ମଧ୍ୟରେ ଅଭିଯୋଗର ବିଚାର କରିବାକୁ ହାଇକୋର୍ଟ ୧୦ ଡିସେମ୍ବର ୨୦୨୫ ରେ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଫଳରେ ଜିଲାପାଳ ଅଭିଯୋଗ ଶୁଣାଣି ପାଇଁ ଚିଠି ନଂ ୮୪/୧୩ ଜାନୁୟାରୀ ୨୦୨୬ଦ୍‌ରେ ନୋଟିସ ଜାରି କରି ୧୭ ଜାନୁୟାରୀ ୨୦୨୬କୁ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ l ମାତ୍ର ଶୁଣାଣି ତାରିଖ ପରେ ୨ ମାସରୁ ଅଧିକ ଦିନ ବିତି ସାରିଥିଲେ ମଧ୍ୟ ଅଭିଯୋଗ ବିଚାରର ଫଳାଫଳ ପ୍ରକାଶ ପାଇ ନ ଥିଲା l ଫଳରେ କେନ୍ଦୁଝର ଜିଲାପାଳ ତଥା କେନ୍ଦୁଝର ଡିଏମଏଫ ଅଧକ୍ଷ ବିଶାଲ ସିଂଙ୍କ ନାମରେ ୨୬ ମାର୍ଚ୍ଚ ୨୦୨୬ ରେ ଓଡିଶା ହାଇକୋର୍ଟଙ୍କ ନିକଟରେ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା l କେସ ନଂ ସିଓଏନଟିସି - ୧୮୭୦/୨୦୨୬ ଅନୁଯାୟୀ।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri