Sunday, 24 Jan, 8.54 am ଧରିତ୍ରୀ

ହୋମ
ଆଗାମୀ ବଜେଟରେ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ପାଇପାରେ

ନୂଆଦିଲ୍ଲୀ,୨୪ା୧: ଆସନ୍ତା ଫେବ୍ରୁଆରି ୧ରୁ ଆରମ୍ଭ ହେବାକୁ ଥିବା ସାଧାରଣ ବଜେଟ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମନ ଲୋକସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ। ଦେଶର ଅର୍ଥନୀତି ବର୍ତ୍ତମାନ ସମୟରେ ମାନ୍ଦାବସ୍ଥାରେ ରହିଛି। ବର୍ତ୍ତମାନ ଦେଶ ଏକ କଷ୍ଟକର ସମୟ ଦେଇ ଗତି କରୁଥିବାରୁ ଏହି ବଜେଟର ଗୁରୁତ୍ୱ ବହୁଳ ଭାବରେ ବଢିଯାଇଛି। ଦେଶର ଅର୍ଥନୀତିକୁ ପୁଣି ଥରେ ଫେରାଇ ଆଣିବା ସହ ଅର୍ଥନୀତିର ଅଭିବୃଦ୍ଧିକୁ ପୂର୍ବବସ୍ଥାକୁ ଫେରାଇ ଆଣିବାକୁ ଅର୍ଥମନ୍ତ୍ରୀ କେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ଉପରେ ଦେଶବାସୀ ଏପରିକି ରାଷ୍ଟ୍ରନିତିଜ୍ଞମାନଙ୍କର ନଜର ରହିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅର୍ଥମନ୍ତ୍ରୀ ପ୍ରାୟ ୫୦ ରୁ ଅଧିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୫ ରୁ୧୦% ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ସେ ସବୁ ସାମଗ୍ରୀ ମଧ୍ୟରେ ରହିଛି ମୋବାଇଲ ଫୋନ, ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ସାମଗ୍ରୀ, ଇଲେକ୍ଟ୍ରିକ କାର, ଆସବାବପତ୍ର ଇତ୍ୟାଦି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମର୍ନିଭର ଭାରତ ଯୋଜନାକୁ ପ୍ରେତ୍ସାହନ ଦେବାକୁ ର୍ନିମଳା କ'ଣ ସବୁ ପଦକ୍ଷେପ ନେଉଛନ୍ତି ତା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି। ସେହିପରି ଏ ସବୁ ସାମଗ୍ରୀ ବିଦେଶରୁ ଆମଦାନୀ କରିବା ବଦଳରେ ଦେଶରେ ଉତ୍ପାଦନ କରିବା ଉପରେ ବେଶ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି। ଏହି ବଜେଟ ଅଧିବେଶନରେ ଆମଦାନୀ ଶୁଳ୍କ ବଢାଇ ସରକାର ନିଜର ରାଜସ୍ବ ନିଅଣ୍ଟକୁ କମାଇବାକୁ ଉଦ୍ୟମ କରିବେ। ଏହି ପଦକ୍ଷେପ ଦ୍ବାରା ସରକାର ପ୍ରାୟ ୨୧ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା ଦ୍ବାରା ଚୀନ, ଜାପାନ ଭଳି ଦେଶର ରପ୍ତାନି ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Dharitri
Top