Dailyhunt
ଆକାଶରୁ ଶୁଭୁଛି 'ଜୟ ଶ୍ରୀରାମ'

ଆକାଶରୁ ଶୁଭୁଛି 'ଜୟ ଶ୍ରୀରାମ'

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ଭୁମି ପୂଜନ ସମାରୋହ ବୁଧବରାର ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୂମି ପୂଜନକୁ ନେଇ ଅଯୋଧ୍ୟାରେ ଏକ ଉତ୍ସବର ପରିବେଶ ରହିଛି। ଅଯୋଧ୍ୟାକୁ କନ୍ୟା ପରି ସଜାଯାଇଛି। ଅଯୋଧ୍ୟାରେ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ଲୋକମାନେ ଉତ୍ସବ ପାଳନ କରୁଛନ୍ତି। ଅଯୋଧ୍ୟାରେ ଲେଜର ଆଲୋକ ସାହାଯ୍ୟରେ 'ଜୟ ଶ୍ରୀରାମ'ଙ୍କର ଏକ ଚମତ୍କାର ଦୃଶ୍ୟ ଆକାଶରେ ଖୋଦିତ ହୋଇଥିଲା। 'ଭବ୍ୟ ମନ୍ଦିର ନିର୍ମାଣ ହେବ', 'ଜୟ ଶ୍ରୀ ରାମ' ଭଳି ସ୍ଲୋଗାନଗୁଡ଼ିକ ଲେଜର ଲାଇଟ ମାଧ୍ୟମରେ ବାୟୁରେ ଭାସୁଥିବାର ଏକ ଅଦ୍ଭୁତ ନଜାରା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri