Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି।

ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଏକ 'ଏ-୧୦ ଥଣ୍ଡରବୋଲ୍ଡ' ଯୁଦ୍ଧ ବିମାନର ଗୋଟିଏ ପକ୍ଷ ଭାଙ୍ଗି ଯାଇଥିବାବେଳେ ପ୍ରାୟ ୮ଟି 'ଏଫ୍‌-୧୫' ବିମାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ଆମେରିକା ଇରାନର ୫ଟି ତେଲ ଟ୍ୟାଙ୍କରକୁ ଧ୍ୱଂସ କରିବା ପରେ ଇରାନ ଏହି ପ୍ରତିଶୋଧମୂକ ଆକ୍ରମଣ କରିଥିଲା। ଏହାର ଜବାବରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଜୋର୍ଡାନର ମୁଓ୍ବାଫକ ସଲ୍ଟି ବାୟୁସେନା ଘାଟି ସମେତ ଏକାଧିକ ଲକ୍ଷ୍ୟସ୍ଥଳରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ଦାବି କରିଛି।

ଇରାନ କହିଛି ଯେ, ଯଦି ଓ୍ବାଶିଂଟନ ଲେବାନନ୍‌ ଏବଂ ୟେମେନ ଯୁଦ୍ଧ ସମ୍ପର୍କିତ ସର୍ତ୍ତ ପୂରଣ କରେ ଏବଂ ଇରାନର ଜମା ଥିବା ୨୪ ବିଲିୟନ ଡଲାର ମୁକ୍ତ କରେ, ତେବେ ଏହି ଯୁଦ୍ଧର ଅନ୍ତ ହୋଇପାରିବ। ଅନ୍ୟପକ୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି ଯେ ନଭେମ୍ବର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଏହି ଯୁଦ୍ଧ ଶେଷ ହୋଇଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri