Dailyhunt
ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ ବନ୍ଦ ହେବା ଗଞ୍ଜାମବାସୀଙ୍କୁ ଚିନ୍ତାରେ ପକାଇଛି। ସାନିଟେସନ ଏକ୍ସପର୍ଟ ଏନ୍‌ଏସିରେ କାର୍ଯ୍ୟରତ କିଛି ସୁଇପରଙ୍କୁ କାର୍ଯ୍ୟରୁ ବାହାର କରିଦେବା ନେଇ ସମସ୍ୟା ଉପୁଜିଛି।

କାହିଁକି କାମକୁ ଆସିବାକୁ ବାରଣ କରାଯାଇଛି ବୋଲି ଅନ୍ୟ ସୁଇପରମାନେ ପ୍ରଶ୍ନ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ସୁଇପରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାଖାନ କରି ଅଗସ୍ତି ନୂଆଗାଁର କିଛି ନୋଳିଆ ସମ୍ପ୍ରଦାୟ ମହିଳାଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରିଥିଲା ଏନ୍‌ଏସି ପ୍ରଶାସନ। ଉକ୍ତ ନୋଳିଆ ସମ୍ପ୍ରଦାୟର ମହିଳାମାନେ ସହରରେ ସଫେଇ କରୁଥିବା ଖବର ପାଇ ଗଞ୍ଜାମ ଏନ୍‌ଏସିରେ ବର୍ଷବର୍ଷ ଧରି ସଫେଇ କରୁଥିବା ସଫେଇ ସୁଇପରମାନେ ସେଠାରେ ପହଞ୍ଚି ପ୍ରବଳ ହୋ-ହଲ୍ଲା କରିଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଏନ୍‌ଏସି ସୁଇପରମାନେ ଏନ୍‌ଏସି ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା।

ଏ ସମ୍ପର୍କରେ ଇଓ ଅପର୍ଣ୍ଣା ଡାଙ୍ଗୁଆ ପଚାରିବାରେ ସୁଇପରଙ୍କ କାର୍ଯ୍ୟବନ୍ଦ ଘଟଣାକୁ ସ୍ବୀକାର କରିବା ସହ ବର୍ତ୍ତମାନ ବିଭିନ୍ନ ସାହିରେ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି। ସେହି କାରଣରୁ ଅନ୍ୟମାନଙ୍କୁ ସଫେଇ ପାଇଁ ନିୟୋଜିତ କରିଥିଲୁ ତଥାପି ଖୁବ୍‌ଶୀଘ୍ର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବୁ ବୋଲି ଇଓ ଡାଙ୍ଗୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଞ୍ଜାମ ସହରର ଜଣେ ଠିକାଦାର ସମସ୍ୟା ସମାଧାନ ନକରି ବିଷ ମଞ୍ଜି ବୁଣିଥିବା ଆଲୋଚନା ହେଉଛି। ସୁଇପର କାର୍ଯ୍ୟରେ ଦଖଲ କରି ସାନିଟେସନ କାର୍ଯ୍ୟ ନିଜ ଅଧିନରେ ରଖିବା ମସୁଧା ଚଳାଇଥିବା ସହରରେ ଚର୍ଚ୍ଚା ଜୋର ଧରିଛି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri