Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା'ପରେ...

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା'ପରେ...

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ପିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ଆଫଗାନିସ୍ତାନ ରାଜଧାନୀ କାବୁଲକୁ ନଙ୍ଗରହାର ପ୍ରଦେଶ ସହ ଯୋଡ଼ୁଥିବା ମୁଖ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଲଘମାନ ପ୍ରାଦେଶିକ ଗଭର୍ନରଙ୍କ ମୁଖପାତ୍ର ଅବଦୁଲ ମଲିକ ନିଆଜାଇ କହିଛନ୍ତି।

ମୃତକଙ୍କ ମଧ୍ୟରୁ ୧୦ ଜଣ ପିଲା ଓ ୫ ମହିଳା ଅଛନ୍ତି। ଆହତମାନଙ୍କୁ ନଙ୍ଗରହାର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଟ୍ରକ୍‌ ଏକ ଖାତ ମଧ୍ୟକୁ ଖସିପଡ଼ିଲା।

ପାକିସ୍ତାନ ୨୦୨୩ରୁ ପ୍ରବାସୀମାନଙ୍କ ଉପରେ ଚଢ଼ାଉ ଜାରି ରଖିଥିବାବେଳେ ଇତିମଧ୍ୟରେ ଅନେକ ହଜାର ଆଫଗାନ୍‌ ଶରଣାର୍ଥୀ ସ୍ବଦେଶ ଫେରିଲେଣି। ଇରାନ ମଧ୍ୟ ଆଫଗାନ୍‌ ପ୍ରବାସୀଙ୍କୁ ବିଦା କରିବାରେ ଲାଗିଛି। ଫଳରେ ଏହି ଦୁଇ ଦେଶରେ ଅନେକ ବର୍ଷ ବିତାଇଥିବା ଏପରିକି ସେଠାରେ ଜନ୍ମ ହୋଇଥିବା ଲୋକଙ୍କୁ ମଧ୍ୟ ଦେଶ ଛାଡ଼ି ଆଫଗାନିସ୍ତାନ ଫେରିବାକୁ ପଡ଼ୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri