Dailyhunt
ଆର୍ଜେଣ୍ଟିନା ଟୁର୍‌: ଭାରତୀୟ ମହିଳା ହକି ଦଳର ପ୍ରଥମ ପରାଜୟ

ଆର୍ଜେଣ୍ଟିନା ଟୁର୍‌: ଭାରତୀୟ ମହିଳା ହକି ଦଳର ପ୍ରଥମ ପରାଜୟ

ବୁଏନ୍ସଏୟାର୍ସ, ୨୪ା୧ (ପି.ଟି.)- ଆର୍ଜେଣ୍ଟିନା ଟୁର୍‌ରେ ଥିବା ଭାରତୀୟ ସିନିୟର ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ଆର୍ଜେଣ୍ଟିନାର ବି' ଦଳଠାରୁ ୧-୨ରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ସୋଲ୍‌ ପାଗେଲା ୧୧ତମ ମିନିଟ୍‌ରେ ଗୋଲ ସ୍କୋର କରି ଘରୋଇ ଦଳକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ଭାରତୀୟ ଫରଓ୍ବାର୍ଡ ସାଲିମା ଟେଟ୍‌ ଫାଇନାଲ କ୍ୱାର୍ଟରରେ ଅର୍ଥାତ ୫୪ତମ ମିନିଟ୍‌ରେ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ମାତ୍ର ଏହାର ୩ ମିନିଟ୍‌ ପରେ ଅଗଷ୍ଟିନା ଗୋର୍ଜେଲାନିଙ୍କ ଗୋଲ ଯୋଗୁ ଆର୍ଜେଣ୍ଟିନା ଦଳ ୨-୧ରେ ବିଜୟ ହାସଲ କରି ନେଇଥିଲା। ଆର୍ଜେଣ୍ଟିନା ଜୁନିୟର ଦଳ ବିପକ୍ଷ ପୂର୍ବ ଦୁଇ ମ୍ୟାଚ ଭାରତ ଯଥାକ୍ରମେ ୨-୨ ଏବଂ ୧-୧ରେ ଡ୍ର ରଖିଥିଲା। ମୁଖ୍ୟ କୋଚ୍‌ ଜୋର୍ଡ ମାରିଜନେ କହିଛନ୍ତି, ଶନିବାର ମ୍ୟାଚରେ ଶକ୍ତିଶାଳୀ ଆର୍ଜେଣ୍ଟିନା ଦଳରେ କେତେଜଣ ସିନିୟର ଖେଳାଳି ଖେଳିଥିଲେ।

କହିବାକୁ ଗଲେ ଆମେ ସିନିୟର ଦଳ ବିପକ୍ଷରେ ଖେଳିଥିଲୁ। ନିର୍ଦ୍ଧାରିତ ସମୟ ଖେଳ ଶେଷ ହେବାକୁ ଆଉ ମାତ୍ର କେତେ ମିନିଟ୍‌ ବାକି ଥିବାବେଳେ ଏକ ପେନାଲ୍ଟି କର୍ନର ଜରିଆରେ ଗୋଲ ବରଣ କରିଥିଲୁ। ସତର୍କ ରହିଥିଲେ ହୁଏତ ଏହାକୁ ଏଡାଇ ଦିଆଯାଇ ପାରିଥାନ୍ତା। ଆର୍ଜେଣ୍ଟିନା ବି' ବିପକ୍ଷ ପରବର୍ତ୍ତୀ ମ୍ୟାଚ ଭାରତ ରବିବାର ଖେଳିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri