Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା...

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା...

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ ନେଇ ସର୍ତ୍ତ ରଖାଯାଇଛି। ନୀତୀଶ କୁମାର ରେଡ୍ଡୀ, ଜସପ୍ରୀତ ବୁମରାହ, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣାଙ୍କୁ ସିରିଜରେ ଖେଳିବା ପୂର୍ବରୁ ନିଜ ଫିଟନେସ୍‌ ପ୍ରମାଣ କରିବାକୁ ପଡ଼ିବ।

ନିକଟରେ ଆହତ ଖେଳାଳିଙ୍କୁ ନେଇ ମ୍ୟାନେଜମେଣ୍ଟ ଉପରେ ଆଲୋଚନା ହେବା ପରେ BCCI ଏବେ ଖେଳାଳି ଚୟନ ପ୍ରକ୍ରିୟାରେ ନୂଆ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ଗତ କିଛି ମାସ ଧରି ଆହତ ଖେଳାଳିଙ୍କୁ ଠିକ ଭାବେ ମ୍ୟାନେଜ କରାଯାଉନଥିବା ନେଇ BCCIର ସେଣ୍ଟର ଅଫ ଏକ୍ସିଲେନ୍ସ (CoE) ଉପରେ ପ୍ରଶ୍ନ ଉଠିଥିଲା। ହର୍ଷିତ ରାଣା, ଜସପ୍ରୀତ ବୁମରା, ୱାଶିଂଟନ ସୁନ୍ଦର ଏବଂ ନୀତୀଶ କୁମାର ରେଡ୍ଡୀଙ୍କ ଭଳି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଡାକରା ପାଇଥିଲେ। କିନ୍ତୁ ମଇଦାନରେ କିଛି ସମୟ ବିତାଇବା ପରେ ସେମାନେ ଆହତ ହୋଇ ବାଦ୍‌ ପଡ଼ିଥିଲେ।

ରିପୋର୍ଟ ଅନୁସାରେ, BCCI ଏବେ ଚାହୁଁଛି ଯେ କୌଣସି ଖେଳାଳିଙ୍କୁ ଟିମରେ ସାମିଲ କରିବା ପୂର୍ବରୁ ତାଙ୍କ ଫିଟନେସ ଓ ଉପଲବ୍ଧତାକୁ ନେଇ ବୋର୍ଡ ସମ୍ପୂର୍ଣ୍ଣ ନିଶ୍ଚିତ ହେଉ। ଏଥିପାଇଁ ୧୦୦ ପ୍ରତିଶତ ନୁହେଁ, ବରଂ '୨୦୦ ପ୍ରତିଶତ' ନିଶ୍ଚିତତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।
ଏହି ନୀତି ସମ୍ପର୍କରେ ଅବଗତ ଥିବା ଜଣେ ସୂତ୍ରଙ୍କ ଅନୁସାରେ, ଖେଳାଳିଙ୍କୁ ଟିମରେ ନେବା ପୂର୍ବରୁ ତାଙ୍କ ଉପଲବ୍ଧତା ନେଇ ବୋର୍ଡ ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ଚାହୁଁଛି।

ନିକଟରେ CoE ମୁଖ୍ୟ ଭିଭିଏସ ଲକ୍ଷ୍ମଣ ମଧ୍ୟ ଖେଳାଳି ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆଣିବାକୁ ଚେଷ୍ଟା କରାଯାଉଥିବା କଥା କହିଥିଲେ। ଅନ୍ୟପକ୍ଷରେ BCCI ସଚିବ ଦେବଜିତ ସୈକିଆ କିଛି ଖେଳାଳିଙ୍କ ନାମ ପାଖରେ ଲାଗିଥିବା '*' ଚିହ୍ନର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି।
ତାଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ସିରିଜରୁ ୩ରୁ ୪ ସପ୍ତାହ ପୂର୍ବରୁ ଖେଳାଳିଙ୍କ ଚୟନ କରାଯାଏ। ତେଣୁ ଚୟନ ସମୟରେ ଖେଳାଳିଙ୍କ ଫିଟନେସ ସ୍ଥିତି ସ୍ପଷ୍ଟ ଭାବେ ଦର୍ଶାଇବାକୁ ବୋର୍ଡ ଚାହୁଁଛି।

ଦେବଜିତ ସୈକିଆଙ୍କ କହିବା ଅନୁସାରେ, ଚୟନ ଦିନରେ ଯଦି କୌଣସି ଖେଳାଳି ଫିଟ ନଥାନ୍ତି, ତେବେ ତାଙ୍କୁ ସିଧାସଳଖ ଭାବେ ଦଳରୁ ବାଦ୍‌ ଦିଆଯିବ ନାହିଁ। ଯଦି ଆଗାମୀ ୨୧ କିମ୍ବା ୨୮ ଦିନ ମଧ୍ୟରେ ସେ ଫିଟ ହୋଇଯାଆନ୍ତି, ତେବେ ଟିମରେ ରହିବାର ସୁଯୋଗ ମିଳିପାରେ।
ଅର୍ଥାତ୍‌ ଚୟନ ଦିନର ଫିଟନେସ ସ୍ଥିତି ସହିତ ଖେଳାଳିଙ୍କ ଆଗାମୀ ମ୍ୟାଚ ଓ ଯାତ୍ରା ପାଇଁ ଫିଟ ହେବାର ସମ୍ଭାବନାକୁ ମଧ୍ୟ ବିଚାର କରାଯିବ। ଏହା ଦ୍ୱାରା ଆହତ ଖେଳାଳିଙ୍କୁ ନେଇ ଭବିଷ୍ୟତରେ ହେଉଥିବା ସମସ୍ୟାକୁ କମାଇବାକୁ BCCI ଚାହୁଁଛି।


Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri