Dailyhunt
ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଅବସର ଦିନ ହିଁ ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ମିଳିଲା ସମସ୍ତ ପ୍ରାପ୍ୟ, ବିଇଓଙ୍କ ପକ୍ଷକ୍ଷେପକୁ ପ୍ରଶଂସା

ଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ଅବସର ଦିନ ହିଁ ଶିକ୍ଷକ ହେଉ କି କର୍ମଚାରୀ ସମସ୍ତଙ୍କୁ ବକେୟା ଅର୍ଥ ସହ ପେନ୍‌ସନ୍‌ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ଗୁରୁବାର ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଗୀତାଞ୍ଜଳି ମହାପାତ୍ର, ସୁପ୍ରଭା ଦାସ, ସୁଶାନ୍ତି ପଟ୍ଟନାୟକ ଓ ତିନିଛକିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମହେଶ୍ୱର ଚୌଧୁରୀ ଅବସର ନେଇଥିଲେ।

ତେଣୁ ଆଜି ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଉକ୍ତ ୪ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପେନ୍‌ସନ୍‌ ଜନିତ ସମସ୍ତ ପ୍ରକାର ପ୍ରାପ୍ୟ ପ୍ରଦାନ କରିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଏହି ପ୍ରକାର ପଦକ୍ଷେପକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ପ୍ରଶଂସା କରାଯାଇଛି।

ସୂଚନାଯୋଗ୍ୟ, ବିଗତ ଦିନରେ ପେନ୍‌ସନ୍‌ ଜନିତ ସମସ୍ତ ପ୍ରାପ୍ୟ ପାଇବାକୁ ଶିକ୍ଷକମାନଙ୍କୁ ବହୁଦିନ ଅପେକ୍ଷା କରିବାକୁ ପଡୁଥିଲା। ବର୍ତ୍ତମାନ ଆଉ ସେ ସମସ୍ୟା ନାହିଁ ବୋଲି କିଛି ଶିକ୍ଷକ ଏଠାରେ ସୂଚନା ଦେଇଛନ୍ତି।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri