Dailyhunt
ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ...

ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ...

ବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଗୁରୁବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏହାପୂର୍ବରୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏହାର ଦାୟିତ୍ବକୁ ସେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁରଙ୍କୁ ହସ୍ତାନ୍ତର କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ କହଁର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗ ନ ଦେବା ପର୍ଯ୍ୟନ୍ତ ସେ ଏହି ଭାରପ୍ରାପ୍ତ ଦାୟିତ୍ବ ତୁଲାଇବେ।

ପ୍ରକାଶ ଯେ,ଗତ ୨ ସେପ୍ଟେମ୍ବର ୨୦୨୪ ରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିଆଲ କଳାହାଣ୍ଡି ରେ ଯୋଗଦେଇଥିଲେ। ଜିଲାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସେ ଉତ୍ତମ ସମ୍ପର୍କ ରଖିବା ସହ ସଠିକ ଭାବରେ ନିଜର ଦାୟିତ୍ବ ସମ୍ପାଦନା କରୁଥିଲେ।

Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri