Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୧ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା ଅଞ୍ଚଳର ଅଶୋକ କୁମାର ସେଠୀ ( ୪୫) କୌଣସି କାମ ନେଇ ନିଜ ମୋଟର ସାଇକେଲରେ ଶୁକ୍ରବାର ପୂର୍ବାହ୍ନରେ ଭଦ୍ରକ ଯାଉଥିଲେ। ୧୬ ନଂ ଜାତୀୟ ରାଜପଥ ବିଷ୍ଣୁପୁର ଛକ ଓଭର ବ୍ରିଜ୍‌ ବାଇପାସ୍‌ ନିକଟରେ ପଛ ପଟରୁ ଆସୁଥିବା ୧୬ ଚକିଆ ବଡ଼ ଟ୍ରକ୍‌ ( ଗାଡି ନଂ-ଓଡି ୩୪ ଭି ୬୦୭୦) ତାଙ୍କୁ ଧକ୍କା ଦେଇଥିଲା।

ଫଳରେ ବାଇକଚାଳକ ଟ୍ରକ୍‌ ଚକାତଳେ ଚାପି ହେବା ସହ ଘଟଣାସ୍ଥଳରେ ମୃତ୍ୟୁ ହେବା ନେଇ ସୂଚନା ମିଳିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ସହ ଟ୍ରକ୍‌କୁ ରଖିଥିଲେ। ସୂଚନା ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବାରମ୍ବାର ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Dharitri - Odisha's No.1 Odia Daily

Dailyhunt
Disclaimer: This content has not been generated, created or edited by Dailyhunt. Publisher: Dharitri